ରାଜ୍ୟ

ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଦ୍ୱାରା NSG ଟିମ୍ ର ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ ଆରମ୍ଭ

ସତ୍ୟଶିଖା (ପୁରୀ) ୧୮.୦୩.୨୦୨୧: ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କଲା NSG ଟିମ୍ । ଡ୍ରୋନ୍‌ ଉଡ଼ାଇ ବିଭିନ୍ନ ସ୍ଥାନର ଚିତ୍ର ଉତ୍ତୋଳନ କରାଯାଇ NSG ର ୩ ଜଣିଆ ଟିମ୍‌ ପକ୍ଷରୁ ସୁରକ୍ଷା ଯାଞ୍ଚ କରାଯାଇଛି । ଶ୍ରୀମନ୍ଦିରର ଐତିହ୍ୟ ସୁରକ୍ଷା ପ୍ରାଚୀର ନିର୍ମାଣ ନେଇ ପ୍ରଶାସନ ସହ NSG ଟିମ୍ ଆଲୋଚନା କରିଛି ।

ଉଲ୍ଲେଖଯୋଗ୍ୟ ଯେ, ଗୁରୁବାର ଭୋର ସମୟରୁ NSGର ୩ ଜଣିଆ ଟିମ୍ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିଥିଲେ । ଏହାସହ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ସ୍ୱତନ୍ତ୍ର ନକ୍ସାକୁ ତଦାରଖ କରିଛନ୍ତି । ବୁଧବାର ମଧ୍ୟ NSGର ୩ ଜଣିଆ ଟିମ୍‌ ପକ୍ଷରୁ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରାଯାଇଥିଲା ।ଏନଏସଜିର ୩ ଜଣିଆ ଟିମ୍ ପୁରୀ ଏସପି ଓ ଶ୍ରୀମନ୍ଦିର ସୁରକ୍ଷା ଅଧିକାରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ବୁଲିବା ସହ ସୁରକ୍ଷା ବ୍ୟବସ୍ଥା କିଭଳି କଡାକଡି କରାଯାଇପାରିବ ସେନେଇ ଆଲୋଚନା କରିଥିଲେ। ନୂଆ କରି ନିର୍ମାଣ ହୋଇଥିବା ଶ୍ରୀମନ୍ଦିରର ବ୍ୟାରିକେଡ୍, ସାମିଆନା ଓ ସିଂହଦ୍ବାରରେ ଥିବା ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଥିଲେ। ଭକ୍ତଙ୍କ ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥା ଓ ବର୍ତ୍ତମାନ ଚାଲିଥିବା ସୁରକ୍ଷା କଟକଣା ସମ୍ପର୍କରେ ବୁଲି ଦେଖିଥିଲେ ।

Show More
Back to top button