ରାଜ୍ୟ

ବୟନିକା ଜାତୀୟ ହସ୍ତତନ୍ତ ଦିବସରେ ଓଡ଼ିଶାର ଅଗଣିତ ବୁଣାକାରଙ୍କୁ ଶୁଭେଚ୍ଛା ଜଣାଇଲା l

ସତ୍ୟଶିଖା ୦୮.୦୮.୨୦୨୦ :  ବୟନିକା ଓ ବୁଣାକାର ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଦୀର୍ଘ 64 ବର୍ଷ ହେଲା ବୟନିକା ବୁଣାକାରଙ୍କ ସେବାରେ କାର୍ଯ୍ୟ କରିଆସୁଛି । ତେବେ କରୋନା ମହାମାରୀ ସମୟରେ ବୟନିକାର ଦାୟିତ୍ୱବୋଧତା ଦୁଇ ଗୁଣା ବୃଦ୍ଧି ପାଇଛି । ଏଭଳି ପରିସ୍ଥିତିରେ ବୁଣାକାରମାନେ କିପରି ବୃତ୍ତିକୁ ବଞ୍ଚାଇ ରଖିବା ସହ ଅର୍ଥ ଉପର୍ଜନ କରିପାରିବେ ସେନେଇ ବୟନିକା ଯତ୍ନବାନ ।

ଅନ୍ୟପଟେ ଅଗଷ୍ଟ 7 ତାରିଖ ଜାତୀୟ ହସ୍ତତନ୍ତ ଦିବସ ରୂପେ ପାଳନ କରାଯାଏ । କିନ୍ତୁ କୋଭିଡ ପରିସ୍ଥିତିରେ ଓଡ଼ିଶାରେ ଏହି ଦିବସକୁ ଅତ୍ୟନ୍ତ ସାଧାରଣ ଉପାୟରେ ପାଳନ କରାଯାଇଛି । ଏହାସହ ବୟନିକା ପକ୍ଷରୁ ରାଜ୍ୟର ଅଗଣିତ ବୁଣାକାରଙ୍କୁ ଶୁଭେଚ୍ଛା ଜଣାଯାଇଛି ।

ସର୍ବଦା ବୁଣାକାରଙ୍କ ସ୍ୱାର୍ଥକୁ ଦୃଷ୍ଟି ଦେଉଥିବା ବୟନିକା ଏପ୍ରିଲ 20ରୁ ବୟନିକା ବିଭିନ୍ନ ବୁଣାକାର ସମବାୟ ସମିତିକୁ 4 କୋଟି 30 ଲକ୍ଷ ଟଙ୍କାର ସୂତା ଯୋଗାଇ ଦେଇଛି । ଏହାସହ ସେମାନଙ୍କ ପାଖରୁ 10 କୋଟି ଟଙ୍କାର ଲୁଗା କ୍ରୟ କରିଛି ବୟନିକା । ମଜୁରି ଓ ଲୁଗା ବକେୟା ବାବଦକୁ ସମିତିମାନଙ୍କୁ 12 କୋଟି 38 ଲକ୍ଷ ଟଙ୍କା ପ୍ରଦାନ କରିଛି ।

ଏଯାବତ ବୟନିକା 20 କୋଟି ଟଙ୍କାର ବ୍ୟବସାୟ ହରାଇଛି । ଏହାକୁ ଦୃଷ୍ଟିରେ ରଖି ବୁଣାକାରଙ୍କୁ କାର୍ଯ୍ୟ ଓ ଅର୍ଥ ଯୋଗାଇଦେବା ଲକ୍ଷ୍ୟରେ ବୟନିକାକୁ 15 କୋଟି ଟଙ୍କାର ସୂଧମୁକ୍ତ କାର୍ଯ୍ୟକାରୀ ମୂଳଧନ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

 

Show More
Back to top button