ଦେଶନ୍ୟୁଜ୍ମନୋରଞ୍ଜନସିନେମା

ପୁଣି ବୟକଟ୍‌ ଟ୍ରେଣ୍ଡ, ଏଥର ସୈଫଙ୍କ ପାଳି

ସତ୍ୟଶିଖା( ମୁମ୍ବାଇ )୨୯.୦୯ . ୨୦୨୨: ବଲିଉଡକୁ ଘାରିଛି ବୟକଟ୍‌ ଭୟ। ଯେଉଁ ହିନ୍ଦୀ ଫିଲ୍ମ ରିଲିଜ ହେଉଛି ତାକୁ ନେଇ ସୋଶାଲ ମିଡିଆରେ ବୟକଟ୍‌ ଟ୍ରେଣ୍ଡ ଆରମ୍ଭ ହୋଇଯାଉଛି। ଏହି ବୟକଟ୍‌ ଟ୍ରେଣ୍ଡରୁ ବଲିଉଡର ବଡ ବଡ ଷ୍ଟାର୍‌ମାନେ ବାଦ୍‌ ପଡିନାହାନ୍ତି। ଆମୀର ଖାନ୍‌ଙ୍କ ଠାରୁ ଆରମ୍ଭ କରି ଅକ୍ଷୟ କୁମାର, ରଣବୀର କପୁରଙ୍କ ଯାଏଁ ସମସ୍ତ ଫିଲ୍ମକୁ ସୋଶାଲ ମିଡିଆରେ ବୟକଟ୍‌ର ସାମ୍ନା କରିବାକୁ ପଡିଛି। ଏବେ ପାଳି ବି-ଟାଉନ୍‌ର ନୱାବ ଓରଫ ସୈଫ ଅଲି ଖାନ୍‌ଙ୍କ ପଡିଛି।

ଆଉ ଦିନକ ପରେ ରିଲିଜ ହେବ ବହୁ ପ୍ରତିକ୍ଷିତ ଫିଲ୍ମ ‘ବିକ୍ରମ ବେଧା’। ତେବେ ଫିଲ୍ମ ରିଲିଜ ପୂର୍ବରୁ ହିଁ ଆରମ୍ଭ ହୋଇଗଲାଣି ବୟକଟ୍‌ ଟ୍ରେଣ୍ଡ। ସୋଶାଲ ମିଡିଆରେ ଫିଲ୍ମକୁ ନେଇ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଯାଇଛି। ସୋଶାଲ ମିଡିଆରେ ସୈଫ ଅଲି ଖାନ୍‌ଙ୍କ ଏକ ପୁରୁଣା ଭିଡିଓ ଜୋରସୋର୍‌ରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସୈଫ ‘ରାମଙ୍କ ନାଁରେ ସେ ନିଜ ପୁଅର ନାଁ ରଖିପାରିବେ ନାହିଁ’ ବୋଲି କହୁଥିବା ଶୁଣିବାକୁ ମିଳୁଛି। ଏହି ଭିଡିଓରେ କରୀନା କପୁର ମଧ୍ୟ ନଜର ଆସିଛନ୍ତି। କରୀନା ତାଙ୍କ ପୁଅ ତୈମୁରଙ୍କ ନାଁ ନେଇ ମୁଗଲମାନଙ୍କ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି। ସୈଫ ଓ କରୀନାଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ପରେ ଫ୍ୟାନ୍‌ମାନେ ରାଗିଯାଇଛନ୍ତି।

ଅନେକ ୟୁଜର୍ସ ଅଭିନେତା ସୈଫ ଅଲି ଖାନ୍‌ଙ୍କ ଉପରେ ନିଜ କ୍ରୋଧ ପ୍ରକାଶ କରିଛନ୍ତି। ଏଥିସହ ତାଙ୍କ ଫିଲ୍ମ ‘ବିକ୍ରମ ବେଧା’କୁ  ବୟକଟ୍‌ କରିବା ପାଇଁ ଦାବି କରିଛନ୍ତି। ‘ ଯଦି ତାଙ୍କ ପତ୍ନୀ କରୀନା କପୁର ତେବେ ତାଙ୍କ ପୁଅଙ୍କ ନାଁ ସେ ରାମ କାହିଁକି ରଖିପାରିବେ ନାହିଁ? ବୋଲି ଜଣେ ୟୁଜର୍ସ ସୋଶାଲ ମିଡିଆରେ ପ୍ରଶ୍ନ କରିଛନ୍ତି। ସେହିପରି ଆଉ ଜଣେ ୟୁଜର୍ସ କହିଛନ୍ତି, ‘ଆମେ ଅରିଜନାଲ ଫିଲ୍ମ ଦେଖିସାରିଛୁ, ତେଣୁ ଆଉ ଥରେ କାହିଁକି ଦେଖିବୁ?’

 

Show More
Back to top button