ନ୍ୟୁଜ୍

ଆଜିଠୁ ଆରବ ସାଗରରେ ଉଭୟ ଭାରତ ଓ ପାକିସ୍ତାନର ନୌସେନା ସମରାଭ୍ୟାସ ।

ସତ୍ୟଶିଖା ୧୧/୦୮/୨୦୨୫:ଭାରତ-ପାକିସ୍ତାନ ଯୁଦ୍ଧ ବିରତିକୁ ତିନିମାସ ବିତିଥିଲେ ବି ଦୁଇ ଦେଶ ମଧ୍ୟରେ ଏବେବି ଉତ୍ତେଜନା ଲାଗି ରହିଛି। ସମରାଭ୍ୟାସକୁ ନେଇ ଭାରତ ପକ୍ଷରୁ ଓଖା, ପୋରବନ୍ଦର ଓ ମୋର୍ମୁଗାଓ ନିକଟରେ ସାମୁଦ୍ରିକ ଯାତାୟାତରୁ ଦୂରେଇ ରହିବାକୁ ଚେତାବନୀ ଦିଆଯାଇଛି। ସେହିପରି ପାକିସ୍ତାନ ସାମୁଦ୍ରିକ ଯାତାୟାତକୁ ଅଗଷ୍ଟ ୧୧ ସକାଳ ୪ଟାରୁ ଅଗଷ୍ଟ ୧୨ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ଦୂରେଇ ରହିବାକୁ ଚେତାବନୀ ଦିଆଯାଇଛି।

ପ୍ରଥମଥର ପାଇଁ ଗୋଟିଏ ସମୟରେ ସମରାଭ୍ୟାସ କରିବାକୁ ଯାଉଛନ୍ତି ଭାରତ ଓ ପାକିସ୍ତାନ । ଉଭୟ ଦେଶ ପକ୍ଷରୁ ନାଭିଗେସନ୍ କ୍ଷେତ୍ର ଚେତାବନୀ ଜାରି ହୋଇଛି । ଭାରତ ଓ ପାକିସ୍ତାନୀ ନୌସେନା ଏକା ସମୟରେ ନିଜ ନିଜ ଜାହାଜରୁ ଗୁଳିଚାଳନା ଅଭ୍ୟାସ ପାଇଁ ପ୍ରସ୍ତୁତ ହେଉଥିବାରୁ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଛି ।

 

Show More
Back to top button