ଦୁର୍ଘଟଣା
ବୋରଓଏଲ ନେଲା ଜୀବନ


ସତ୍ୟଶିଖା(ଭୁବନେଶ୍ୱର) ୧୪.୧୧.୨୦୨୩ : ସୁବର୍ଣ୍ଣପୁର କଇଁଫୁଲ ଗାଁରେ ମୁକୁଳା ବୋରୱେଲରୁ ଉଦ୍ଧାର 80 ବର୍ଷୀୟା ବୃଦ୍ଧା ମୃତ । ଗାଡରେ ପଡିବା ପରେ ବୃଦ୍ଧା ଦୁଃଖୀ ନାଗଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି । ଗତକାଲିଠୁ 20 ଫୁଟ୍ ଗାତ ତଳେ ଫସି ରହିଥିଲେ ବୃଦ୍ଧା । ଅଗ୍ନିଶମ ବାହିନୀ, ଓଡ୍ରାଫ୍ ଟିମ୍ ପକ୍ଷରୁ ଆଜି ପ୍ରାୟ 5 ଘଣ୍ଟା ଧରି ଚାଲିଥିଲା ରେସ୍କ୍ୟୁ ଅପରେସନ୍ । ସମାନ୍ତରଳ ଭାବେ ଆଉ ଏକ ଗାତ ଖୋଳା ଯାଇ ବୃଦ୍ଧାଙ୍କୁ ଉଦ୍ଧାର କରାଯାଇଥିଲା ।
ସୋନପୁର ମେଡିକାଲରେ ବୃଦ୍ଧାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ସେପଟେ କିଏ ବୋରୱେଲ୍ ଖୋଳି ଖୋଲା ଛାଡିଥିଲା ତାର ତଦନ୍ତ ହେବ । ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ କହିଛନ୍ତି ସୁବର୍ଣ୍ଣପୁର ଏସପି । ଗତକାଲି ବେଣା କାଟିବାକୁ ଯାଇ ବିଲ ନିକଟରେ ଥିବା ଖୋଲା ବୋରୱେଲରେ ଖସି ପଡ଼ିଥିଲେ ଗୋବିନ୍ଦପୁର ଗାଁର ବୃଦ୍ଧା ।