ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ଆସନ୍ତା ୧୦ରୁ କଟକରେ ଦିଆଯିବ ବୁଷ୍ଟର ଡୋଜ୍

ସତ୍ୟଶିଖା(ଭୁବନେଶ୍ୱର ) ୨୮.୧୨.୨୦୨୧: ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଉଥିବାବେଳେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦ୍ରୁତ ଗତିରେ ବ୍ୟାପୁଥିବାରୁ ଲୋକଙ୍କ ମନରେ ଛନକା ପଶିଛି । କିଭଳି ଏହାର ମୁକାବିଲା କରାଯିବ, ଏଥିପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷପ ନେବା ସହ ବିଦେଶ ଫେରନ୍ତାଙ୍କ ପାଇଁ ନୂଆ କଟକଣା ଜାରି କରିଛନ୍ତି ।
ଓଡିଶାରେ ବର୍ତ୍ତମାନ ୮ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଏହାରି ଭିତରେ ସରକାର ଟିକାକରଣ ଉପରେ ଗୁରୁତ୍ୱ ଦେଉଛନ୍ତି । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ରାଜ୍ୟ ସରକାର ପିଲାଙ୍କ ଟିକାକରଣ ପାଇଁ ନିଷ୍ପତ୍ତି ନେବା ସହିତ ବୁଷ୍ଟର ଡୋଜ୍ ଦେବାକୁ ମଧ୍ୟ ସ୍ଥିର କରିଛନ୍ତି ।
ତେବେ ୧୫ରୁ ୧୮ବର୍ଷର ପିଲାମାନଙ୍କ ଟିକାଦାନ ପାଇଁ ଅନଲାଇନରେ ପଞ୍ଜିକରଣ କାରିବାକୁ ପଡିବ ଓ ବୁଷ୍ଟର ଡୋଜ୍ ପ୍ରଥମେ ସମସ୍ତ ସମ୍ମୁଖ ଯୋଦ୍ଧା, ସ୍ୱାସ୍ଥ୍ୟକର୍ମୀ ଓ ୬୦ବର୍ଷ ବୟସରୁ ଉଦ୍ଧ୍ୱର୍ ଲୋକ ଯେଉଁମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ, ସେମାନଙ୍କୁ  ମିଳିବ ।

ଆସନ୍ତା ୧୦ତାରିଖଠାରୁ କଟକରେ କରୋନା ଟିକାର ବୁଷ୍ଟର ଡୋଜ୍ ଦିଆଯିବ ବୋଲି ସୂଚନା ମିଳିଛି । ତେବେ କେଉଁ ସ୍ଥାନରେ ଟିକା ଦିଆଯିବ, ସେନେଇ ଅନୁଧ୍ୟାନ ଚାଲିଛି ବୋଲି ସିଏମସି ଡେପୁଟି କମିସନର ଅବିନାଶ ରାଉତ କହିଛନ୍ତି ।

Show More
Back to top button