ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ଆଜିଠୁ ମାଗଣାରେ ବୁଷ୍ଟର ଡୋଜ

ସତ୍ୟଶିଖା( ଭୁବନେଶ୍ୱର )୧୫.୦୭ . ୨୦୨୨: : ଆଜିଠୁ ରାଜ୍ୟରେ ମାଗଣାରେ ମିଳିବ ବୁଷ୍ଟର ଡୋଜ । କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ , ଆଜିଠୁ ୧୮ରୁ ୫୯ ବୟସ୍କଙ୍କୁ ଦିଆଯିବ ଏହି ପ୍ରିକସନ୍ ଡୋଜ୍ । ଦୀର୍ଘ ୭୫ ଦିନ ଧରି ଚାଲିବ ଏହି ଅଭିଯାନ ।

ରାଜ୍ୟରେ ୧୮ରୁ ୫୯ ବୟସ ବର୍ଗର ୨ କୋଟି ୬୫ ଲକ୍ଷ ୮୫ ହଜାର ଲୋକଙ୍କ ମଧ୍ୟରୁ ମାତ୍ର ୧% ବା ୧ ଲକ୍ଷ ୫୦ ହଜାର ପ୍ରିକସନ୍ ଡୋଜ୍ ନେଇ ସାରିଛନ୍ତି । ଅନ୍ୟମାନେ ଆଜିଠୁ ଏହି ଡୋଜ୍ ମାଗଣାରେ ନେଇପାରିବେ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଅନଲାଇନ୍‌ ବୁକିଂ କରି କିମ୍ବା ସିଧାସଳଖ ଟିକାକରଣ କେନ୍ଦ୍ରକୁ ଯାଇ ଏହି ପ୍ରିକସନ୍ ଡୋଜ୍ ନେଇ ହେବ ।
Show More
Back to top button