ଖାଦ୍ୟ ଖାଇବାର ନିୟମ


ସତ୍ୟଶିଖା ୧୦/୦୨/୨୦୨୧ : ଜୀବନ ଧାରଣ ପାଇଁ ଖାଦ୍ୟ ଖାଇବା ଅପରିହାର୍ୟ୍ୟ । ପ୍ରତ୍ୟେକଙ୍କର ଖାଦ୍ୟ ଖାଇବାରେ ଭିନ୍ନତା ରହିଛି । ସଭିଁଏ ନିଜ ସ୍ୱାଦ ଅନୁଯାୟୀ ଖାଇଥାଆନ୍ତି । ଭୋକ ଜରିଆରେ ଆମ ଶରୀର ଆମକୁ ଖାଦ୍ୟ ଖାଇବାକୁ ନିର୍ଦ୍ଦେଶ ଦେଇଥାଏ । କେଉଁ ସମୟରେ କି ଖାଦ୍ୟ ଖାଇବା ଆବଶ୍ୟକ, ତାହା ମଧ୍ୟ ଜାଣିବା ନିତ୍ୟାନ୍ତ ଆବଶ୍ୟକ । ଏହା ସହ ବୟସ ଅନୁଯାୟୀ କିଭଳି ଖାଇବା ଉଚିତ, ତାହା ଜାଣିବା ମଧ୍ୟ ଆବଶ୍ୟକ ଅଟେ । ଜାଣନ୍ତୁ , କେଉଁ ବୟସରେ ଖାଦ୍ୟର କି ପ୍ରଭାବ ରହିଥାଏ ।
୦ – ୧୦ ବୟସ – ଏହି ବୟସରେ ପିଲା ମାନେ ଖୁବ ଶୀଘ୍ର ବଢି ଥାଆନ୍ତି । ଏହି ସମୟରେ ଖାଇଥିବା ଖାଦ୍ୟର ପ୍ରଭାବ ସେମାନଙ୍କର ବଡ଼ ହେବା ପର୍ୟ୍ୟନ୍ତ ରହିଥାଏ । ସଠିକ୍ ପରିମାଣରେ ପୁଷ୍ଟିକର ଖାଦ୍ୟ ଖାଇବା ଉଚିତ । ଅଧିକ ପରିମାଣରେ ଖାଇବା ଉଚିତ ନୁହେଁ । ଖାଦ୍ୟର ପରିମାଣ ଉପରେ ହିଁ ଶରୀର ଗଠନ ନିର୍ଭର କରେ । ବାଧ୍ୟବାଧ୍ୟକତାରେ ଖାଇଲେ ତାହା ସ୍ୱାସ୍ଥ୍ୟ ପାଇଁ ହିତ କାରକ ହୋଇ ନଥାଏ ।
୨୦ ରୁ ୩୦ – ଏହି ବୟସରେ ସ୍ୱାସ୍ଥ୍ୟରେ ବହୁ ପରିବର୍ତ୍ତନ ହୋଇଥାଏ । ଖାଦ୍ୟପେୟର ମଧ୍ୟ ଭିନ୍ନତା ଆସିଥାଏ । ବଜାରର ଖାଦ୍ୟଦ୍ରବ୍ୟ ଅଧିକ ଖାଇଥାଆନ୍ତି । ଯାହା ଦ୍ୱାରା ଶରୀର ସୁସ୍ଥତା ବିଗିଡ଼ି ଥାଏ । ଏହି ବୟସରେ ପନିପରିବା ଓ ପୁଷ୍ଟିକର ଖାଦ୍ୟ ଖାଇବା ଆବଶ୍ୟକ । ବହୁ ଲୋକେ ମୋଟାପଣ ନବଢିବା ପାଇଁ ଖାଦ୍ୟର ମାତ୍ରା କମାଇଥାଆନ୍ତି । ଯାହା ବହୁ ରୋଗର କାରଣ ହୋଇଥାଏ । ଅଧିକ ତେଲ ଯୁକ୍ତ ଓ ପାଟି ସ୍ୱାଦ ପାଇଁ ଖାଦ୍ୟ ଖାଇବା ପରିବର୍ତ୍ତେ ଭିଟାମିନ ଏବଂ ଠିକ୍ ପରିମାଣରେ ଖାଦ୍ୟ ଖାଇଲେ ଶରୀର ସୁସ୍ଥ ରହିଥାଏ । ଫଳ ଖାଇବା ମଧ୍ୟ ଆବଶ୍ୟକ ଅଟେ ।
୩୦ ରୁ୪୦ – ଏହି ବୟସର ଲୋକଙ୍କ ଜୀବନର କାମର ଅଧିକ ପ୍ରଭାବ ଓ ବିଭିନ୍ନ ଚିନ୍ତା ମଧ୍ୟ ରହିଥାଏ । ତେଣୁ ଏହି ସମୟରେ ଅଧିକ ଭିଟାମିନ ଯୁକ୍ତ ଖାଦ୍ୟ ଖାଇବା ଉଚିତ । ଫଳ ଅଧିକ ଖାଇବା ଉଚିତ । କଫି ଓ ଚା ବେଶି ପିଇବା ଉଚିତ ନୁହେଁ ।
୪୦ ରୁ ୫୦ – ଏହି ବୟସରେ ଲୋକେମାନେ ସମସ୍ତ ପ୍ରକାର ଖାଦ୍ୟ ଖାଇବା ଉଚିତ ।
୫୦ରୁ ଉର୍ଦ୍ଧ – ଏହି ସମୟରେ ଲୋକେମାନେ ସବୁ ପ୍ରକାର ଖାଦ୍ୟ ଖାଇବା ଉଚିତ ନୁହେଁ । କାରଣ ବୟସ ଅନୁଯାୟୀ ହଜମ ଶକ୍ତି କମି ଯାଏ । ତେଣୁ ସ୍ୱାସ୍ଥ୍ୟକୁ ନଜରରେ ରଖି ଖାଦ୍ୟ ଖାଇବା ଉଚିତ ।