ନ୍ୟୁଜ୍ରାଜ୍ୟ

୧୯, ୨୦ ପ୍ରବଳ ବର୍ଷା

ସତ୍ୟଶିଖା( ଭୁବନେଶ୍ୱର)୧୮.୦୮ . ୨୦୨୨:  ଲଘୁଚାପ ନେଇ ଆଇଏମଡିଡି ଡିଜି ମୃତ୍ୟୁଂଜୟ ମହାପାତ୍ରଙ୍କ ସୂଚନା । ସୃଷ୍ଟ ଲଘୁଚାପ କ୍ଷେତ୍ରଟି ଆଜି ସ୍ପଷ୍ଟ ଚିହ୍ନିତ ଲଘୁଚାପ ହେବ । କାଲି ସକାଳେ ଏହା ଅବପାତରେ ପରିଣତ ହେବା ସମ୍ଭାବନା । ଆଜି ଉପକୂଳ ଓଡିଶାରେ ବର୍ଷା ଆରମ୍ଭ ହୋଇଯିବ । ଆଜି ବେଶି ବର୍ଷା ହେବନି , କାଲି ଓ ପଅରଦିନ ବେଶି ବର୍ଷିବ । ୧୯ ତାରିଖରେ ଓଡିଶାରେ ସବୁଠୁ ଅଧିକ ବର୍ଷା ହେବ । କାଲି ଉତ୍ତର ଓଡିଶାରେ ପ୍ରବଳ , କିଛି ଜାଗାରେ ଅତି ପ୍ରବଳ ବର୍ଷିବ । ୨୦ରେ ପଶ୍ଚିମ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଛତିଶଗଡରେ ମଧ୍ୟ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା । ୨ ଦିନ ପାଇଁ ଓଡିଶାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଆଗାମୀ ବର୍ଷା ବନ୍ୟା ସ୍ଥିତି କୁ ଅଧିକ ପ୍ରଭାବିତ କରିପାରେ । ନଦୀରେ ବନ୍ୟା ଜଳ ଥିବା ବେଳେ ପୁଣି ବର୍ଷା ପ୍ରଭାବ ପକାଇ ପାରେ । ସହରାଂଚଳରେ ଅର୍ବାନ ଫ୍ଲଡ, ପାହାଡି ଅଂଚଳରେ ଭୂସ୍ଖଳନ ହୋଇପାରେ ।

Show More
Back to top button