ବୋନଲେସ ଚିକେନ ମସଲା


ସତ୍ୟଶିଖା ୧୦/୦୨/୨୦୨୧ :
ଆବଶ୍ୟକ ସାମଗ୍ରୀ
ଚିକେନ ( ବୋନଲେସ) – ୫୦୦ ଗ୍ରାମ
କଟା ପାଳଙ୍ଗ – ୧ କପ ରୁ ଅଧିକ
କଟା ପିଆଜ – ୨ଟି
ଅଦା ରସୁଣ ବଟା – ୩ଚାମଚ
ଡ଼ାଲଚିନି ଗୁଣ୍ଡ – ୧ଚାମଚ
ଗରମ ମସଲା ଗୁଣ୍ଡ – ୧ଚାମଚ
ଧନିଆ ଗୁଣ୍ଡ – ୧ ଚାମଚରୁ କମ
ଲଙ୍କା ଗୁଣ୍ଡ – ୧ଚାମଚ
ହଳଦୀ ଗୁଣ୍ଡ – ଅଳ୍ପ
ଗୋଲମରିଚ ଗୁଣ୍ଡ – ୧ଚାମଚରୁ କମ
ଦହି – ୨ଚାମଚ
ଲୁଣ – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚିକେନକୁ ଧୋଇ ଏକ ପାତ୍ରରେ ରଖନ୍ତୁ । ପାଳଙ୍ଗକୁ ମଧ୍ୟ ଭଲ ଭାବେ ଧୋଇ ଏକ ପାତ୍ରରେ ରଖନ୍ତୁ । ଏବେ ଏକ ପାତ୍ରରେ ଚିକେନ, ଦହି , ଗୋଲମରିଚ ଗୁଣ୍ଡ, ଲୁଣ ପକାଇ ଗୋଳାଇ ରଖିଦିଅନ୍ତୁ । ଏହାକୁ ୧ ଘଣ୍ଟା ଫ୍ରିଜରେ ରଖିଦିଅନ୍ତୁ । ଏବେ ଗ୍ୟାସରେ ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ । ତେଲ ଗରମ ହେବା ପରେ ପିଆଜ ପକାଇ ଭାଜନ୍ତୁ । ପିଆଜ ଭାଜି ହୋଇଗଲେ ଏଥିରେ ଅଦା ରସୁଣ ବଟା,ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ ପକାଇ ଭଲ ଭାବେ କଷନ୍ତୁ। କଷିବା ପରେ ଏଥିରେ ପାଳଙ୍ଗ ଶାଗ ପକାଇ କଷନ୍ତୁ । କିଛି ସମୟ କଷିବା ପରେ ରଖିଥିବା ଚିକେନକୁ ପକାଇ ଗୋଳାଇ ଦିଅନ୍ତୁ । ଏବେ ଏଥିରେ ଡ଼ାଲଚିନି ଗୁଣ୍ଡ, ଗରମ ମସଲା, ଧନିଆ ଗୁଣ୍ଡ ପକାଇ କିଛି ସମୟ କଷନ୍ତୁ । କିଛି ସମୟ କଷିବା ପରେ ଏଥିରେ ୧କପ ପାଣି ଦେଇ ୧୦ ମିନିଟ ଫୁଟାନ୍ତୁ । ୧୦ ମିନିଟ ପରେ ଏକ ପାତ୍ରକୁ କାଢ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ପାଳଙ୍ଗ ଚିକେନ । ଗରମାଗରମ ଖାଆନ୍ତୁ ଓ ମଜା ନିଅନ୍ତୁ ।