ନ୍ୟୁଜ୍ରାଜନୀତିରାଜ୍ୟ

ପିପିଲିର ମାଧିପୁର ମତଦାନ କେନ୍ଦ୍ର ନିକଟରେ ଫୁଟିଲା ବୋମା

ସତ୍ୟଶିଖା ( ଭୁବନେଶ୍ୱର ) ୨୯ /୦୯ /୨୦୨୧:

ପୁଣି ପିପିଲିରେ ଅଶାନ୍ତର ବାତାବରଣ । ମାଧିପୁର ମତଦାନ କେନ୍ଦ୍ର  ନିକଟରେ ଫୁଟିଲା ବୋମା । ମାଧିପୁର ଛକ ରାସ୍ତାରୁ ବୋମାର ଅଂଶ ଠାବ କରାଯାଇଛି । ବୋମାମାଡ଼ ପରେ ଦୁର୍ବୃତ୍ତ ଫେରାର ହୋଇଛନ୍ତି ।

ଆସନ୍ତାକାଲି ହେବ ଉପନିର୍ବାଚନ ପାଇଁ ମତଦାନ। ବୁଥ କେନ୍ଦ୍ରରେ ପହଁଞ୍ଚି ସାରିଛି ଇଭିଏମ୍ ମେସିନ୍। ମତଦାନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। କିନ୍ତୁ ପିପିଲି ବଜାର ଠାରୁ ୩ କିଲୋମିଟର ଦୂର ପିପିଲି-ଜଟଣି ରୋଡର ମାଧିପୁର ଛକରେ ହୋଇଛି ବୋମା ମାଡ। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଛି । ଆସନ୍ତାକାଲି ପିପିଲିରେ ଉପ-ନିର୍ବାଚନ ଥିବାବେଳେ ଏଭଳି ପରିସ୍ଥିତି ଜନସାଧାରଣଙ୍କୁ ଭୟଭୀତ କରୁଛି।

Show More
Back to top button