ବାଲିଘାଟରେ ବୋମା ଫିଙ୍ଗି ହତ୍ୟା ଘଟଣା: ଡ୍ୟୁଟିରେ ଖିଲାପ ପାଇଁ ଏସ୍‌ଆଇ ନିଲମ୍ବିତ

ସତ୍ୟଶିଖା (ଯାଜପୁର) ୨୫.୦୩.୨୦୨୨: ଯାଜପୁର ଜିଲ୍ଲା ବଗମରା ବାଲିଘାଟରେ ବୋମା ଫିଙ୍ଗି ସୁରେନ୍ଦ୍ର ଦାଶଙ୍କୁ ହତ୍ୟା କରିବା  ଘଟଣାରେ ବିଂଝାରପୁର ଏସ୍‌ଆଇ କଣ୍ଡୁରୀ ଦାସଙ୍କୁ ସସ୍‌ପେଣ୍ଡ କରାଯାଇଛି। ଡ୍ୟୁଟିରେ ଖିଲାପ ପାଇଁ ଏସ୍‌ପି ତାଙ୍କୁ ନିଲମ୍ବନ କରିଛନ୍ତି। ଏନେଇ ଯାଜପୁର ଅତିରିକ୍ତ ଏସ୍‌ପି  ନିରଞ୍ଜନ ବାରିକ ସୂଚନା ଦେଇଛନ୍ତି। ସେ କହିଛନ୍ତି,ଏସ୍‌ଆଇଙ୍କୁ ହେଡ୍‌କ୍ୱାର୍ଟର୍ସକୁ ପଠଯାଇଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଧରିବାକୁ ପୁଲିସ ଚେଷ୍ଟା କରୁଛୁ।

ମାର୍ଚ୍ଚ ୧୯ ତାରିଖରେ ସୁରେନ୍ଦ୍ରଙ୍କ ଉପରେ ବୋମାମାଡ଼ ହୋଇଥିଲା। ଏ ନେଇ ସୁରେନ୍ଦ୍ର ବିଂଝାରପୁର ଥାନାରେ ଅଭିଯୋଗ କରିଥିଲେ। ଏସ୍‌ଆଇ କଣ୍ଡୁରୀ ଦାସ ଏହା ବୋମା ନୁହେଁ, ତାଳ ପଟକା କହି ଏଡ଼ାଇ ଦେଇଥିଲେ। ପୂର୍ବରୁ ଥରେ ଏତଲା ସତ୍ତ୍ୱେ ଏସ୍‌ଆଇ ଅଣଦେଖା କରିଥିବା ଅଭିଯୋଗ ହୋଇଥିଲା।

ଆଜି ସକାଳେ ଅଭିଯୁକ୍ତକୁ ଗିରଫ ଓ ଏସ୍‌ଆଇ କଣ୍ଡୁରୀ ଦାସଙ୍କୁ ନିଲମ୍ବନ ଦାବିରେ କଲ୍ୟାଣପୁର ଗ୍ରାମବାସୀ ମାଁସଡ଼ା ଛକରେ ଯାଜପୁର-ସିଂହପୁର ମୁଖ୍ୟରାସ୍ତାକୁ ଅବରୋଧ କରିଥିଲେ। ଏସ୍‌ଆଇଙ୍କୁ ନିଲମ୍ବନ ପାଇଁ ଲୋକେ ଅଡ଼ି ବସିଥିଲେ। ପରେ ଏସପି ଏସ୍‌ଆଇଙ୍କୁ ଡ୍ୟୁଟିରେ ଖିଲାପ ପାଇଁ ନିଲମ୍ବନ କରିଥିଲେ।
Exit mobile version