ଦେଶରାଜନୀତି

ବୋମାଇ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ

ସତ୍ୟଶିଖା(ନୂଆଦିଲ୍ଲୀ) ୨୮.୦୭.୨୦୨୧:  ବସବରାଜ ଏସ ବୋମାଇ ହେବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ । ୬୧ ବର୍ଷୀୟ ବୋମାଇଙ୍କ ନାଁ ରେ ବାଜିଛି ମୋହର । ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ବି ଏସ ୟେଦୁୟୁରପ୍ପା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ନୂଆ ମୁଖ୍ୟମନ୍ତ୍ରୀ ଚୟନ ପ୍ରକ୍ରିୟା ଆରମ୍ଭ କରିବା ନେଇ ମଙ୍ଗଳବାର ବେଙ୍ଗାଲୁରୁରେ ହୋଇଥିବା ପାର୍ଟିର ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୀ କୃଷ୍ଣା ରେଡ୍ଡି ସାମିଲ ରହିଥିଲେ । ଲିଙ୍ଗାୟତ ସଂପ୍ରଦାୟର ବୋମାଇଙ୍କ ପ୍ରତି ୟେଦୁୟୁରପ୍ପାଙ୍କ ସମର୍ଥନ ଥିବା ଚର୍ଚ୍ଚା ହେଉଥିଲା । ୟେଦୁୟୁରପ୍ପାଙ୍କ ମନ୍ତ୍ରିମଣ୍ଡଳରେ ବୋମାଇ ଗୃହମନ୍ତ୍ରୀ ଥିଲେ । ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏସ. ଆର ବୋମାଇଙ୍କ ପୁଅ ହେଉଛନ୍ତି ବାସବରାଜ ବୋମାଇ । ସୂଚନାଯୋଗ୍ୟ, ୟେଦିୟୁରପ୍ପା ନିଜ କାର୍ଯ୍ୟକାଳର ଦୁଇ ବର୍ଷ ସଂପୂର୍ଣ୍ଣ ହେବା ଦିନ ସୋମବାର ପଦରୁ ଇସ୍ତଫା ଦେଇଥିଲେ ।

Show More
Back to top button