ସତ୍ୟଶିଖା (ମୁମ୍ବାଇ) ୦୫/୦୧/୨୦୨୧ : ଫିଲ୍ମ ‘ଧୁମ୍’ର ଆଗାମୀ ପାର୍ଟକୁ ନେଇ ବହୁ ଦିନ ହେଲା ଚର୍ଚ୍ଚା ହେଉଛି । ଦର୍ଶକ ମଧ୍ୟ ଧୁମ୍-୪ ଅପେକ୍ଷାରେ ରହିଛନ୍ତି । ଆକ୍ସନରେ ଭରପୁର ଧୁମର ସବୁ ସିରିଜକୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି। ଧୁମ୍-୩ ରେ ଅମୀର ଖାଁ ଜବରଦସ୍ତ ଆକ୍ସନରେ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ । ଧୁମର ପ୍ରଥମ ସିରିଜରେ ଜନ ଆବ୍ରାହମ ଓ ଧୁମ-୨ ରେ ଋତିକ ରୋଶନ ନଜର ଆସିଥିଲେ । ୩ ଜଣ ଷ୍ଟାର୍ ୩ଟି ସିରିଜରେ ଦର୍ଶକଙ୍କର ଖୁବ ମନୋରଞ୍ଜନ କରିଛନ୍ତି । ବର୍ତ୍ତମାନ ପରଦାକୁ ଆସିବ ଧୁମ୍-୪ । ଧୁମ୍-୪ରେ ଉଭୟ ଋତିକ ରୋଶନ ଓ ଜନ ଆବ୍ରାହମ ଏକାସଙ୍ଗେ ନଜର ଆସିବେ ବୋଲି ଶୁଣିବାକୁ ମିଳିଛି ।
ଯଦି ଏମିତି ହୁଏ ତହେଲା ପ୍ରଥମଥର ପାଇଁ ଋତିକ୍ ଓ ଜନ୍ ଗୋଟିଏ ଫିଲ୍ମରେ ନଜର ଆସିବେ । ଏହି ଖବର ସାମ୍ନାକୁ ଆସିବା ପରେ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଦୁଇ ଆକ୍ସନ୍ ହିରୋ ଏକାସଙ୍ଗେ ଗୋଟିଏ ଫିଲ୍ମରେ ନଜର ଆସିବାକୁ ନେଇ ଦର୍ଶକ ବହୁତ ଉତ୍ସାହିତ । ୟଶରାଜ ବହୁ ଦିନରୁ ଉଭୟଙ୍କୁ ଏକାସଙ୍ଗେ ଗୋଟିଏ ଫିଲ୍ମରେ ଆଣିବାକୁ ଚେଷ୍ଟା କରୁଥିଲେ । ବର୍ତ୍ତମାନ ତାଙ୍କ ଉଦ୍ୟମ ସଫଳ ହେବାକୁ ଯାଉଛି ।