ଟିଭିମନୋରଞ୍ଜନ

ସମ୍ବଲପୁରୀ ଗୀତ ଗାଇଲେ ବଲିଉଡ୍ ଗାୟକ ଉଦିତ ନାରାୟଣ

ସତ୍ୟଶିଖା ୧୦/୦୨/୨୦୨୧ : ପ୍ରଥମ ଥର ପାଇଁ ବଲିଉଡ୍‌ର ପ୍ରସିଦ୍ଧ କଣ୍ଠଶିଳ୍ପୀ ଉଦିତ ନାରାୟଣ ସମ୍ବଲପୁରୀ ଗୀତ ଗାଇଛନ୍ତି । ଏହି ଗୀତର ନିର୍ଦ୍ଦେଶନା ଦେଇଛନ୍ତି ବୃନ୍ଦାବନ ମେହେର । ଗୀତଟି ବରଗଡ଼ ଷ୍ଟୁଡିଓ ମେଲୋଡିରେ ପ୍ରସ୍ତୁତ କରାଯାଇଛି । ଗୀତକୁ ପ୍ରଥମେ ଉଦିତଙ୍କ ପାଖକୁ ମୁମ୍ବାଇ ପଠାଯାଇଥିଲା । ସେ ସମ୍ବଲପୁରୀରେ ଏହି ଗୀତ ବୋଲିବା ପରେ ତାକୁ ପୁଣି ଏଠାରେ ବାଦ୍ୟରେ ସଜା ଯାଇଚି । ୧୪ ତାରିଖ ଆର୍‌କେ ମିଡିଆ ୟୁଟ୍ୟୁବ୍‌ରେ ଏହି ଗୀତ ଉପଲବ୍ଧ ରହିବ ବୋଲି ଜଣାପଡ଼ିଛି ।

Show More
Back to top button