ସତ୍ୟଶିଖା (ମୁମ୍ବାଇ) ୨୬/୧୧/୨୦୨୦ : ୨୦୨୦ମସିହାରେ ଅଶୁଭ ଖବର ବନ୍ଦ ହେବାର ନାଁ ନେଉନାହିଁ । ଏବର୍ଷ ଅନେକ ଦିଗ୍ଗଜଙ୍କ ପ୍ରାଣ ଯାଇଛି । ଏବେ ଆର୍ଜେଣ୍ଟିନାର ଫୁଟବଲ୍ କିମ୍ବଦନ୍ତୀ ଡିଏଗୋ ମାରାଡୋନାଙ୍କ ଦେହାନ୍ତ ହୋଇଯାଇଛି । ୬୦ବର୍ଷ ବୟସରେ ଡିଏଗୋ ମାରାଡୋନାଙ୍କ ହୃଦଘାତରେ ପରଲୋକ ହୋଇଯାଇଛି । ଏହି ଖବରରେ ଦେଶବ୍ୟାପି ତାଙ୍କ କୋଟି କୋଟି ପ୍ରଶଂସକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ବଲିଉଡରେ ମଧ୍ୟ ଡିଏଗୋଙ୍କ ପ୍ରଶଂସକଙ୍କ ଲମ୍ବା ତାଲିକା ରହିଛି ଏବଂ ସେମାନେ ସମସ୍ତେ ତାଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି । ବଲିଉଡ ସେଲିବ୍ରିଟି ଡିଏଗୋ ମାରାଡୋନାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ।
ଖେଳରେ ଆଗ୍ରହ ଦେଖାଉଥିବା ଅଭିଷେକ ବଚ୍ଚନ ଫୁଟବଲର ଜବରଦସ୍ତ ଫ୍ୟାନ୍ । ଅଭିଷେକ ମାରାଡୋନାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଲେଖିଛନ୍ତି ଯେ ଆରଆଇପି ଲିଜେଣ୍ଡ । ଏହା ସହିତ ସେ (ହ୍ୟାଶଟ୍ୟାଗ୍ GOAT ଲେଖିଛନ୍ତି ଅର୍ଥାତ୍ Greatest Of All Time) . ରିତେଶ ଦେଶମୁଖ ମାରାଡୋନାଙ୍କ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ଲିଜେଣ୍ଡ ମାଟି ବୋଳା ହୋଇଥିବା ଅବସ୍ଥାରେ ଦେଖାଯାଇଛନ୍ତି । ଏହା ସହିତ ଲେଖିଛନ୍ତି ଯେ ଏହି ଫଟୋ ସବୁ କିଛି କହୁଛି l