ସତ୍ୟଶିଖା (ମୁମ୍ୱାଇ) ୩୦/୦୯/୨୦୨୦ : ଅଭିନେତା ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ୍, ଶ୍ରଦ୍ଧା କପୁର ଏବଂ ଦୀପିକାଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କୁ ଏନସିବି ଏକ ପ୍ରକାରର କ୍ଲିନ୍ ଚିଟ୍ ଦେଇଛି ବୋଲି ଅଧିକାରୀମାନେ ମଙ୍ଗଳବାର କହିଛନ୍ତି ।
ଶନିବାର ଦିନ ଦୀପିକା ପାଦୁକୋନ୍ ଏବଂ କରିସ୍ମା ପ୍ରକାଶ ଏନସିବି ଅଧିକାରୀଙ୍କୁ କହିଛନ୍ତି ଯେ ୨୦୧୭ ୱାଟସ୍ ଆପ୍ ଚାଟ୍ ରେ ସେମାନେ ମାଲ୍, ଓ୍ବିଡ୍, ହାସ୍ୟ, ଡବ୍ ଆଦି କୋଡ଼ ୱାଡ୍ ବିଭିନ୍ନ ପ୍ରକାରର ସିଗାରେଟ୍ ପାଇଁ ମଜା ପାଇଁଁ ବ୍ୟବହାର କରିଥିଲେ। ଦୁହେଁ କହିଛନ୍ତି ଯେ ସେମାନେ ନିମ୍ନ ମାନର ସିଗାରେଟ୍ ମାଲ୍, ସ୍ଲିମ୍ ଏବଂ ଉନ୍ନତ ମାନର ସିଗାରେଟ୍ ପାଇଁ ହ୍ୟାସ୍ ଏବଂ ଓ୍ବିଡ୍ ଏବଂ ମୋଟା ପାଇଁ ଡବ୍ ବୋଲି କହୁଥିଲେ ।