ସତ୍ୟଶିକ୍ଷା ୨୮.୦୯.୨୦୨୦ : ବଲିଉଡ ଡ୍ରଗ୍ସ ମାମଲାରେ ତଦନ୍ତ କରୁଥିବା ଦିଲ୍ଲୀ-ମୁମ୍ବାଇ ଏନସିବି ଟିମରୁ ରିପୋର୍ଟ ନେବାକୁ ଏନସିବି ଡିଜି ରାକେଶ ଅସ୍ଥାନ ମୁମ୍ବାଇ ପଂହଚିସାରିଛନ୍ତି । ଖବର ଅନୁସାରେ, ରବିବାର ଏନସିବି ଅଧିକାରୀଙ୍କ ସହ ପ୍ରାୟ ୩ ଘଂଟା ଧରି ସେ ଆଲୋଚନା କରିଛନ୍ତି । ଏଥିରେ ଏନସିବିର ଯାଂଚ, ପ୍ରମାଣ ସଂଗ୍ରହ, ଗିରଫଦାରୀ ଓ ବିଲଉଡ ଅଭିନେତ୍ରୀଙ୍କ ସହ ପଚରାଉଚନା ନେଇ ଆଲୋଚନା ହୋଇଛି । କେବଳ ଏତିିକି ନୁହେଁ ୨୦୧୯ରେ ବଲିଉଡ ପ୍ରଯୋଜକ, ନିର୍ଦ୍ଦେଶକ କୋରନ ଜୋହରଙ୍କ ଘରେ ହୋଇଥିବା ପାର୍ଟିର ଭାଇରାଲ ଭିଡିଓ ନେଇ ଆଲୋଚନା ହୋଇଛି । କୁହାଯାଉଛି, ଏହାର ଫରେନସିକ ରିପୋର୍ଟ ଏନସିବିକୁ ମିଳିସାରିଛି ।
ଘନାଉଛି ବଲିଉଡର ଡ୍ରଗ୍ସ ଲିଙ୍କ୍ ମାମଲା l
