
ସତ୍ୟଶିକ୍ଷା ୨୮.୦୯.୨୦୨୦ : ବଲିଉଡ ଡ୍ରଗ୍ସ ମାମଲାରେ ତଦନ୍ତ କରୁଥିବା ଦିଲ୍ଲୀ-ମୁମ୍ବାଇ ଏନସିବି ଟିମରୁ ରିପୋର୍ଟ ନେବାକୁ ଏନସିବି ଡିଜି ରାକେଶ ଅସ୍ଥାନ ମୁମ୍ବାଇ ପଂହଚିସାରିଛନ୍ତି । ଖବର ଅନୁସାରେ, ରବିବାର ଏନସିବି ଅଧିକାରୀଙ୍କ ସହ ପ୍ରାୟ ୩ ଘଂଟା ଧରି ସେ ଆଲୋଚନା କରିଛନ୍ତି । ଏଥିରେ ଏନସିବିର ଯାଂଚ, ପ୍ରମାଣ ସଂଗ୍ରହ, ଗିରଫଦାରୀ ଓ ବିଲଉଡ ଅଭିନେତ୍ରୀଙ୍କ ସହ ପଚରାଉଚନା ନେଇ ଆଲୋଚନା ହୋଇଛି । କେବଳ ଏତିିକି ନୁହେଁ ୨୦୧୯ରେ ବଲିଉଡ ପ୍ରଯୋଜକ, ନିର୍ଦ୍ଦେଶକ କୋରନ ଜୋହରଙ୍କ ଘରେ ହୋଇଥିବା ପାର୍ଟିର ଭାଇରାଲ ଭିଡିଓ ନେଇ ଆଲୋଚନା ହୋଇଛି । କୁହାଯାଉଛି, ଏହାର ଫରେନସିକ ରିପୋର୍ଟ ଏନସିବିକୁ ମିଳିସାରିଛି ।ରିପୋର୍ଟ ଅନୁସାରେ, ଭିଡିଓରେ କୌଣସି ଏଡିଟ କରାଯାଇନାହିଁ । କରଣ ଜୋହର କହିସାରିଛନ୍ତି, ୨୦୧୯ରେ ତାଙ୍କ ଘରେ ପାର୍ଟି ହୋଇଥିଲା, କିନ୍ତୁ ଏଥିରେ ଡ୍ରଗ୍ସ ସେବନ ଆଦୌ ହୋଇନଥିଲା । ତେବେ ଏନସିବି ଡିଜି ଆସ୍ଥାନ ଆଜି ଏନେଇ ଆଲୋଚନା କରିବେ । ଥେିରେ ନିଷ୍ପତି ନିଆଯାଇପାରେ ଭାଇରାଲ ଭିଡିଓ ଆଧାରରେ କୋରନ ଜୋହରଙ୍କୁ ପଚରାଉଚରା ପାଇଁ ଡକାଯିବ ନା ନାହିଁ । ଏପେଟେ ଗତକାଲି ଗୋଆରୁ ମୁମ୍ବାଇ ଆସି ପହଂଚିଛନ୍ତି କୋରନ ଜୋହର ।