ନ୍ୟୁଜ୍

ଏୟାର ଇଣ୍ଡିଆ କର୍ମଚାରୀଙ୍କ ଡ୍ରେସ୍ ଡିଜାଇନ୍ କରିବେ ବଲିଉଡର ସେଲିବ୍ରିଟି ଡିଜାଇନର ମନୀଷ ମଲହୋତ୍ରା ।

ସତ୍ୟଶିଖା (ଭୁବନେଶ୍ୱର ) ୩୦.୦୯.୨୦୨୩ : ଏୟାର ଇଣ୍ଡିଆ କର୍ମଚାରୀଙ୍କ ଡ୍ରେସ୍ ଡିଜାଇନ୍ କରିବେ ବଲିଉଡର ସେଲିବ୍ରିଟି ଡିଜାଇନର ମନୀଷ ମଲହୋତ୍ରା । ମନୀଷଙ୍କ ଦ୍ୱାରା ଡିଜାଇନ ହୋଇଥିବା ୟୁନିଫର୍ମ ପିନ୍ଧିବେ ଏୟାର ଇଣ୍ଡିଆର ୧୦ ହଜାର କର୍ମଚାରୀ । ଏୟାର ଇଣ୍ଡିଆ ନିଜ ସୋଶିଆଲି ମିଡିଆ ପ୍ଲାଟଫର୍ମ ଏକ୍ସରେ ଏ ସମ୍ପର୍କରେ ଘୋଷଣା କରିସାରିଛି ।

ଏୟାର ଇଣ୍ଡିଆ ନିଜ ପୋଷ୍ଟରେ ଲେଖିଛି ଯେ ମନୀଷ ମଲହୋତ୍ରା ଆମର କ୍ୟାବିନ କ୍ରୁ, ପାଇଲଟ ଏବଂ ଅନ୍ୟ ଫ୍ରଣ୍ଟଲାଇନ ସହକର୍ମୀମାନଙ୍କ ପାଇଁ ନୂଆ ୟୁନିଫର୍ମ ଡିଜାଇନ୍ କରିବାକୁ ଯାଉଛନ୍ତି । ଆମେ ମନୀଷ ମଲହୋତ୍ରାଙ୍କ ସହ ମିଶି ଆମର ସହକର୍ମୀମାନଙ୍କ ପାଇଁ ଏକ ଚମତ୍କାର ନୂଆ ଲୁକ୍ ସୃଷ୍ଟି କରିବା ପାଇଁ କାର୍ଯ୍ୟ କରୁଛୁ ।

ଏହାର ରେଜଲ୍ଟ ଖୁବ୍‌ ରୋମାଞ୍ଚପୂର୍ଣ୍ଣ ହେବ ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି । ମନୀଷ ମଲହୋତ୍ରା ନିଜ ଟିମ୍‌ ସହ ଏୟାର ଇଣ୍ଡିଆର ଫ୍ରଣ୍ଟଲାଇନ୍‌ ଷ୍ଟାଫ୍‌ଙ୍କ ସହ ସାକ୍ଷାତ କରିଛନ୍ତି। ଏହି ସମୟରେ ସେ ସେମାନଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି ।

Show More
Back to top button