

ସତ୍ୟଶିଖା ( ମୁମ୍ବାଇ ) ୦୮.୦୮.୨୦୨୦ : କରୋନା ମାହାମାରୀକୁ ହରାଇଲେ ବଲିଉଡ୍ ଅଭିନେତା ଅଭିଷେକ ବଚ୍ଚନ । ଗତ କିଛି ଦିନ ତଳେ କରୋନାର ସିକାର ହୋଇଥିଲେ ଅଭିଷେକ । ଏବେ ଅଭିଷେକ କରୋନାକୁ ମାତ୍ ଦେଇ ଘରକୁ ଫେରିଛନ୍ତି । ପୂର୍ବରୁ ଅମିତାଭ ବଚ୍ଚନ, ଐଶ୍ୱର୍ଯ୍ୟା ଏବଂ , ଆରାଧ୍ୟା କରୋନାରେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜୁନିୟର ବଚ୍ଚନ ଏବେ ସୁସ୍ଥ ହୋଇଛନ୍ତି । କରୋନାକୁ ହରାଇ ଅଭିଷେକ କହିଛନ୍ତି, ମୁଁ କହିଥିଲି ନା ଏହାକୁ ମୁଁ ହରାଇଦେବି ।
ସୋସିଆଲ ମିଡିଆରେ ଲଗାତାର ଅଭିଷେକ ନିଜ ହାଲଚାଲ ସେୟାର କରୁଥିଲେ । ଅଭିଷେକ କରୋନା ଟେଷ୍ଟ କରିବା ପରେ ଆଜି ନେଗେଟିଭ ବାହାରିଥିଲା । ତା’ ପରେ ସେ ଟ୍ଵିଟ୍ କରି ସମସ୍ତଙ୍କୁ ଜଣାଇଥିଲେ । ଅଭିଷେକଙ୍କ ସୁସ୍ଥ ହେବା ପାଇଁ ପ୍ରାର୍ଥନା କରିଥିବା ସମସ୍ତଙ୍କୁ ଅଭିଷେକ ଧନ୍ୟବାଦ ଜଣାଇଛନ୍ତି । ଏହାସହିତ ହସପିଟାଲର ଡାକ୍ତର, ନର୍ସ ଏବଂ ସମସ୍ତ କର୍ମଚାରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।