ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି l

ସତ୍ୟଶିଖା ( ମୁମ୍ବାଇ ) ୦୯.୦୮.୨୦୨୦ :  ବଲିଉଡ ଆକ୍ଟର ସଞ୍ଜୟ ଦତ୍ତ ଅସୁସ୍ଥ ହୋଇପଡ଼ିଛନ୍ତି । ତାପରେ ତାଙ୍କୁ ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ଅନ୍ୟପଟେ ତାଙ୍କର କରୋନା ରିପୋର୍ଟ ନେଗେଟିଭ୍‌ ଆସିଛି । ଏବେ ସଞ୍ଜୟ ଦତ୍ତଙ୍କୁ ନନ୍‌-କୋଭିଡ ୱାର୍ଡରେ ଭର୍ତ୍ତି କରାଯାଇଛି । ତେବେ ସବୁ ରିପୋର୍ଟ ଠିକ୍‌ ଆସିବା ପରେ ତାଙ୍କୁ ଡିସଚାର୍ଜ କରାଯାଇପାରେ । ଏବେ ସଞ୍ଜୟ ଦତ୍ତ ପରିବାରଠୁ ଦୂରରେ ରହୁଥିବା ଜଣାପଡ଼ିଛି ।

Exit mobile version