ଅପରାଧ
ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର


ସତ୍ୟଶିଖା (ଭୁବନେଶ୍ୱର ) ୨୭.୧୦.୨୦୨୩ : ପୁରୀରେ ଅଭାବନୀୟ ଘଟଣା। ସଦରଥାନା ଅଧୀନ ନୂଆଗାଁ ନିକଟ ନୂଆନଇ ପଠାରୁ ଜଣେ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରିଛି ପୁରୀ ସଦରଥାନା ପୋଲିସ। ମୃତଦେହ ଉଦ୍ଧାର ସମୟରେ ମହିଳାଙ୍କ ଦେହରେ କେବଳ ଅନ୍ତଃବସ୍ତ୍ର ଥିବା ବେଳେ ତାଙ୍କ ଶରୀରର ହାତ ଓ ବେକରେ ଗଭୀର ଆଘାତ ଲାଗିଥିବା ପୋଲିସ ଜାଣିବାକୁ ପାଇଛି। ତେବେ ସ୍ଥାନୀୟ ଗ୍ରାମବାସୀ ମହିଳାଙ୍କ ଗଳିତ ମୃତଦେହ ଦେଖି ସଦରଥାନା ପୋଲିସକୁ ଖବର ଦେଇଥିଲେ।
ସଦର ଏସଡିପିଓ ଓ ସାଇନଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଓ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ତେବେ ମହିଳାଙ୍କୁ ଦିନେ କିମ୍ବା ଦୁଇଦିନ ପୂର୍ବରୁ ହତ୍ୟା କରି ନୂଆନଇ ପଠାରେ ଫୋପଡା ଯାଇଥିବା ପୋଲିସ ଅନୁମାନ କରୁଛି। ମହିଳାଙ୍କ ପରିଚୟ ମିଳିନଥିବା ବେଳେ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।