ଜୀବନମନ୍ତ୍ରଦୁର୍ଘଟଣାନ୍ୟୁଜ୍ସ୍ୱାସ୍ଥ୍ୟ

ରାଜସ୍ଥାନ ଚଂବଲ ନଦୀରେ ନୌକା ବୁଡି – ୫ ମୃତ, ୧୦ ନିଖୋଜ l

ସତ୍ୟଶିଖା ୧୬ .୦୯.୨୦୨୦ : ରାଜସ୍ଥାନ କୋଟାର ଚଂବଲ ନଦୀରେ ବୁଡିଗଲା ଡଙ୍ଗା । ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ୧୨ ନିଖୋଜ ଅଛନ୍ତି । ନୌକାବୁଡି ପରେ ପରେ ଜୋରସୋରରେ ଚାଲିଛି ଉଦ୍ଧାର କାମ ।

“ମନ୍ଦିର ଦର୍ଶନ ପାଇଁ ଗଲା ବେଳେ ନଦୀ ମଝିରେ ବୁଡିଗଲା ଡଙ୍ଗା : ଉଦ୍ଧାର କାମ ଜାରି”

ପ୍ରାୟ ୪୦ ଜଣ ଯାତ୍ରୀ ଇନ୍ଦ୍ରଗଡର କମଲେଶ୍ୱର ମହାଦେବ ମନ୍ଦିରକୁ ପୂଜା କରିବାକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଡଙ୍ଗାଟି ବୁଡି ଯାଇଥିଲା । ଚଂବଲ ନଦୀରେ ଡଙ୍ଗା ବୁଡିବା ପରେ ପରେ ପ୍ରାୟ ୨୦ରୁ ୨୫ ଜଣ ପହଁରି ପହଁରି ନଦୀ କୂଳକୁ ଆସିବାରେ ସମର୍ଥ ହୋଇଥିଲେ । ରାଜସ୍ଥାନର କୋଟା ଜିଲ୍ଲାର ଧିବ୍ରି ଚଂବଲ ଅଂଚଳରେ ଆଜି ସକାଳେ ଘଟିଛି ଏପରି ନୌକା ଦୁର୍ଘଟଣା ।

Show More
Back to top button