ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ଭୁବନେଶ୍ୱରରେ କରୋନା ସ୍ଥିତି ନେଇ ବିଏମସି କମିଶନରଙ୍କ ସୂଚନା l

ସତ୍ୟଶିଖା ( ଭୁବନେଶ୍ୱର ) ୦୧.୦୮.୨୦୨୦ :  ଭୁବନେଶ୍ୱରରେ ମୋଟ ୨୮୬୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ୧୨୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୩୩ ଜଣ ସୁସ୍ଥ ହୋଇଛନ୍ତି । ବସ୍ତି ଅଞ୍ଚଳରୁ ୫୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଇସିୟୁରେ ୧୬ ଓ ଭେଣ୍ଟିଲେଟରରେ ୩ ଜଣ ଆକ୍ରାନ୍ତ ଅଛନ୍ତି । ଏନେଇ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ  । ଏହାସହ ବ୍ୟବସାୟୀଙ୍କ ସହ ଆଲୋଚନା କରାଯାଇଛି । ମାର୍କେଟରେ କରୋନା କଟକଣା ପାଳନ ନେଇ ଆଲୋଚନା ଚାଲିଛି । ମାର୍କେଟକୁ ଗଲେ କରୋନା ନିୟମ ମାନନ୍ତୁ । ଦରକାର ନଥିଲେ ସବୁଦିନ ମାର୍କେଟ ଯାଆନ୍ତୁନି ବୋଲି ପରାମର୍ଶ କରିଛନ୍ତି ବିଏମସି କମିଶନର । ବାହାରକୁ ଗଲେ ମାସ୍କୁ ପିନ୍ଧିବା ସହ ସାମାଜିକ ଦୂରତା ରଖନ୍ତୁ । ନିୟମିତ ମାର୍କେଟ ନ ଯାଇ ୩-୪ ଦିନ ପାଇଁ ସାମଗ୍ରୀ କିଣନ୍ତୁ । ଆଳୁ ଗଦିରେ ଜଣେ ଆକ୍ରାନ୍ତଙ୍କ ପାଇଁ ୪୧ ଜଣ ଆକ୍ରାନ୍ତ ହୋଇଥିଲେ । ମାଛ ମାର୍କେଟରୁ ୨୧ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ ବୋଲି କହିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

Show More
Back to top button