ନ୍ୟୁଜ୍ରାଜ୍ୟ

ବିଏମସି କମିଶନର, ୧୦ ଦିନରେ ଭୁବନେଶ୍ୱରରେ ୧୨୬୨ କରୋନା ଆକ୍ରାନ୍ତ ଚିହ୍ନଟ l

ସତ୍ୟଶିଖା  ( ଭୁବନେଶ୍ୱର ) ୦୮.୦୮.୨୦୨୦ :  ଗତ ୧୦ ଦିନରେ ଭୁବନେଶ୍ୱରରେ ୧୨୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ କରୋନା ଟେଷ୍ଟକୁ ଅଧିକରୁ ଅଧିକ ବଢ଼ାଯାଉଛି । କେତେକ ସ୍ଥାନରେ ଲୋକ ଟେଷ୍ଟ କରିବାକୁ ଆଗକୁ ଆସୁନାହାନ୍ତି । କରୋନାକୁ ହରାଇବାକୁ ହେଲେ ଆଗକୁ ଆସନ୍ତୁ ଏବଂ ଟେଷ୍ଟ କରନ୍ତୁ ବୋଲି ବିଏମସି କମିସନର ପ୍ରେମ ଚନ୍ଦ୍ର ଚୌଧୁରୀ ପରାମର୍ଶ ଦେଇଛନ୍ତି ।

ଏହାସହ ଏଥିରେ କୌଣସି ଅସୁବିଧା ନାହିଁ । ଆକ୍ରାନ୍ତ ଚିହ୍ନଟ ହେଲେ ସଙ୍ଗେ ସଙ୍ଗେ ହସ୍ପିଟାଲ ନେବା ପାଇଁ ବ୍ୟବସ୍ଥା ମଧ୍ୟ କରାଯାଉଛି । ଫୋନ କରି ରୋଗୀଙ୍କ ମତାମତ ଗ୍ରହଣ କରାଯାଉଛି ।

ଏବେ ଭୁବନେଶ୍ୱରରେ ସୁସ୍ଥ ହାର ୬୩ ପ୍ରତିଶତ ରହିଛି । ଅନ୍ୟପଟେ ବଜାର ହାଟରେ ସାମାଜିକ ଦୂରତା ରହୁନଥିବା ଜଣାପଡ଼ିଛି । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରନ୍ତୁ ଏବଂ ବୟସ୍କ ଲୋକମାନେ ସବୁ ଦିଗପ୍ରତି ଧ୍ୟାନ ଦେବାକୁ କହିଛନ୍ତି ବିଏମସି କମିଶନର ।

Show More
Back to top button