ରାଜ୍ୟ

ଘରେ ରହି ନୂଆ ବର୍ଷ ପାଳନ କରିବାକୁ ବିଏମସିର ପରାମର୍ଶ

ସତ୍ୟଶିଖା (ଭୁବନେଶ୍ୱର) ୨୮/୧୨/୨୦୨୦ : ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା ବିଭିନ୍ନ ହୋଟେଲ, କ୍ଲବ, କନଭେନସନ୍ ହଲ୍ ଓ କଲ୍ୟାଣ ମଣ୍ଡପ ଆଦିରେ ଜିରୋ ନାଇଟ୍ ସେଲିବ୍ରେସନକୁ ବାରଣ କରାଯାଇଛି । ଜନସମାଗମ ଉପରେ ବିଏମସି (ଭୁବନେଶ୍ୱର ମହାନଗର ନିଗମ) ପକ୍ଷରୁ ରୋକ ଲଗାଯାଇଛି । ଏନେଇ ବିଏମସି କମିସନର ନିର୍ଦ୍ଦେଶନାମା ଜାରି କରିଥିବା ଜଣାଯାଇଛି ।ହୋଟେଲ୍ ବା କ୍ଲବକୁ ନ ଯାଇ ଘରେ ରହି ନୂଆ ବର୍ଷ ପାଳନ କରିବାକୁ ବିଏମସି ପକ୍ଷରୁ ପରାମର୍ଶ ଦିଆଯାଇଛି । ଡିସେମ୍ବର ୩୧ ଜିରୋନାଇଟ ଓ ଜାନୁଆର ୧ ନୂଆବର୍ଷରେ କଟକ- ଭୁବନେଶ୍ବର ଦ୍ବୈତ ନଗରୀରେ ପୁଲିସ ପହରା ମାରିବ । ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରାଯିବା ସହ ଭିଡ଼କୁ ନିୟନ୍ତ୍ରଣ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ ବୋଲି ପୂର୍ବରୁ କମିସନରେଟ ପୁଲିସ ପକ୍ଷରୁ କୁହାଯାଇଛି ।

Show More
Back to top button