ମଙ୍ଗଳ ଗ୍ରହରେ ନୀଳ ରଙ୍ଗର ବାଲିକୁଦ


ସତ୍ୟଶିଖା(ନୂଆଦିଲ୍ଲୀ) ୧୨.୦୪.୨୦୨୧: ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ମଙ୍ଗଳ ଗ୍ରହର ନୀଳ ରଙ୍ଗର ଫଟୋ ସେୟାର କରିଛି। ବରଫ ଥିବାରୁ ନୀଳ ଓ ଏହା ଉପରେ ହଳଦିଆ ରଙ୍ଗର ଧୂଳି ପଡିଥିବା ଦେଖିବାକୁ ମିଳିଛି। ମଙ୍ଗଳ କକ୍ଷରେ ଅର୍ବିଟର୍ ଓଡିସି ମହାକାଶରେ ୨୦ ବର୍ଷ ପୂରଣ କରିଥିବାରୁ ଏହି ଫଟୋ ଜାରି କରାଯାଇଛି।
ମଙ୍ଗଳ ଗ୍ରହକୁ ଉପରେ ଗବେଷଣା ଜାରି ରହିଥିବା ନାସା ଏହି ଫଟୋ ଜାରିକରି କହିଛି ରେଡ୍ ପ୍ଲାନେଟରେ ବ୍ଲ୍ୟୁ ଡ୍ୟୁନ୍ସ ବା ଲାଲ ଗ୍ରହରେ ନୀଳ ରଙ୍ଗର ବାଲିକୁଦ। ଏହି ଫଟୋ ମଙ୍ଗଳ ଗ୍ରହର ଉତ୍ତର ମେରୁର। ଗ୍ରହରେ ପ୍ରବଳ ପବନ ବୋହିବାରୁ ଏଭଳି ବାଲିକୁଦ ତିଆରି ହୋଇଛି। ପ୍ରାୟ ୩୦ କିଲୋମିଟର ବ୍ୟାସାର୍ଦ୍ଧରେ ନୀଳ ରଙ୍ଗର ବାଲିକୁଦ ଦେଖିବାକୁ ମିଳିଛି। ମଙ୍ଗଳ ଗ୍ରହ ସାଧାରଣତଃ ଜଳିବା ଭଳି ଦେଖାଯାଏ। ଏହା ଭିତରେ ଏଭଳି ନୀଳ ରଙ୍ଗର ବାଲିକୁଦ ଫଟୋ ଉଠାଇବା ପାଇଁ ନାସା ମଙ୍ଗଳ ଓଡିସି ଅର୍ବିଟରେ ଇନଫ୍ରାଡ୍ କ୍ୟାମେରା ବ୍ୟବହାର କରିଛି। ଏହି କ୍ୟାମେରା ଫଟୋ ଉଠାଇବା ସହିତ ମଙ୍ଗଳ ଗ୍ରହର ତାପମାତ୍ରା ମାପିଥାଏ। ଏହାଦ୍ୱାରା ଗ୍ରହରେ କେଉଁ ପ୍ରକାରର ଜିନିଷ ଅଛି ଓ ସେଗୁଡ଼ିକର ତାପମାତ୍ରା ସମ୍ପର୍କରେ ବିଶେଷଜ୍ଞ ଜାଣିପାରିବେ।
ନଭେମ୍ବର ୨୦୦୨ ଓ ୨୦୦୪ ମଧ୍ୟରେ ଏହି ନୀଳ ବାଲିକୁଦର ଫଟୋ ଉଠାଯାଇଥିଲା। ଏହି ଅର୍ବିଟରକୁ ୨୦ ବର୍ଷ ପୂରଣ ହୋଇଛି। ୭ ଏପ୍ରିଲ ୨୦୦୧ରେ ଫ୍ଲୋରିଡାର କେପ କେନାଭେରଲ ଏୟାର ଫୋର୍ସ ଷ୍ଟେସନରୁ ଏହି ମାର୍ସ ଓଡିସି ଅର୍ବିଟରକୁ ଲଞ୍ଚ କରାଯାଇଥିଲା। ବୈଜ୍ଞାନିକମାନେ କହିଛନ୍ତି ମଙ୍ଗଳ ଗ୍ରହରେ ପ୍ରବଳ ପବନ ବହୁଥିବାରୁ ଏଭଳି ନୀଳ ରଙ୍ଗର ବାଲିକୁଦ ତିଆରି ହୋଇଛି। ଛୋଟିଆ ଧୂଳିକଣାର କୌଣସି ରଙ୍ଗ ନଥାଏ। ହେଲେ ଏଗୁଡ଼ିକ ଏକାଠି ହେବା ପରେ ନୀଳ ରଙ୍ଗ ଭଳି ଦେଖାଯାଉଛି। ଇନଭର୍ସ ୱେବସାଇଟ୍ ପ୍ଲାନେଟାରୀ ଇମେଜ୍ ରିସର୍ଚ୍ଚ ଲାବୋରେଟୋରୀର ଜିଓଲୋଜିଷ୍ଟ୍ ମ୍ୟାକ୍ ଏଓ୍ୱନ କହିଛନ୍ତି ଧୂଳିର ପ୍ରକୃତ ରଙ୍ଗ ହାଲୁକା ବାଦାମୀ। କିନ୍ତୁ ଏଗୁଡ଼ିକ ଅଧିକ ଦୂରତା ଯାଏ ବିସ୍ତାର କରିଥିବାରୁ ନୀଳ ରଙ୍ଗ ଦେଖାଯାଉଛି।