ଖେଳ

ଆଇପିଏଲ ୨୦୨୦ : ଆଗାମୀ ଆଇପିଏଲ ନିମନ୍ତେ ଆଜି ୟୁଏଇ ଯାତ୍ରା କରିବେ ତିନୋଟି ଟିମ l

ସତ୍ୟଶିଖା ( ନୂଆଦିଲ୍ଲୀ ) ୨୦ .୦୮.୨୦୨୦ :  ସେପ୍ଟେମ୍ବର ୧୯ ତାରିଖରୁ ୟୁଏଇରେ ଆରମ୍ଭ ହେବାକୁ ଥିବା ଆଇପିଏଲ ନିମନ୍ତେ ଆଜି ତିନୋଟି ଟିମ ୟୁଏଇ ଯାତ୍ରା କରିବେ ବୋଲି ଜଣା ପଡିଛି । ପ୍ରଥମ ଦଳ ଭାବେ କିଙ୍ଗସ ଏକାଦଶ ପଂଜାବ ଦୁବାଇ ଅଭିମୁଖେ ଯାତ୍ରା କରିସାରିଥିବା ବେଳେ ଆଜି ରାଜସ୍ତାନ ରୟାଲସ ଏବଂ କୋଲକାତା ନାଇଟ ରାଇଡରସ ଦଳର ୟୁଏଇ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଆସନ୍ତାକାଲି ଚେନ୍ନାଇ ସୁପର କିଙ୍ଗସ, ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଂଜର ବାଙ୍ଗାଲୋର ୟୁଏଇ ଅଭିମୁଖେ ଯାତ୍ରା କରିବେ । ସେହିପରି ଶନିବାର ଦିନ ଦିଲ୍ଲୀ କ୍ୟାପିଟାଲ ଦଳ ୟୁଏଇ ଯାତ୍ରା କରୁଥିବାବେଳେ ଶେଷ ଦଳ ଭାବେ ରବିବାର ଦିନ ସନ ରାଇଜର୍ସ ହାଇଦ୍ରାବାଦ ଦଳ ୟୁଏଇ ଯାତ୍ରା କରିବ । ମହାମାରୀ କରୋନା ସମୟରେ ଏହା ଆୟୋଜନ କରାଯାଉଥିବାରୁ ଭାରତୀୟ କ୍ରିକେଟ ବୋର୍ଡ ପକ୍ଷରୁ ଏସଓପି ଜାରି କରାଯାଇଛି । ଏହି ସବୁ ଏସଓପି ଏବଂ ପ୍ରୋଟୋକଲ ଅନୁସାରେ ଖେଳାଳିମାନେ ଏହି ବର୍ଷ ଆଇପିଏଲ ଖେଳିବେ ।

Show More
Back to top button