ଚୁଟକୀରେ ଦୂର ହେବ ଆଖି ତଳ କଳା ଦାଗ


ସତ୍ୟଶିଖା( ଭୁବନେଶ୍ୱର )୦୫.୦୯ . ୨୦୨୨: ସାଧାରଣତଃ ଲୋକେ ଆଖି ତଳ ଡାର୍କ ସର୍କଲକୁ ଲୁଚାଇବା ପାଇଁ ଅନେକ ପ୍ରକାର ଉପାୟ ଆପଣାଇ ଥାଆନ୍ତି। କିଛି ମହିଳା ମହଙ୍ଗା ପ୍ରଡକ୍ଟ ବ୍ୟବହାର କରନ୍ତି। କେବେ କେବେ ସେମାନଙ୍କୁ ମେକ୍ଅପରେ ବି କଳା ଦାଗକୁ ଲୁଚାଇବାକୁ ପଡ଼ିଥାଏ। କିନ୍ତୁ ଏହି ଡାର୍କ ସର୍କଲକୁ ଲୁଚାଇବା ଅପେକ୍ଷା ସବୁଦିନ ପାଇଁ ଏହାଠୁ ଛୁଟକାରା ପାଇବା ଭଲ।
ଡାର୍କ ସର୍କଲକୁ ଦୂର କରିବା ପାଇଁ ଆପଣ ବାଦାମ ତେଲ ବ୍ୟବହାର କରି ପାରିବେ। ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ ରହିଛି। ତେଣୁ ଆଜି ଆମେ ଆପଣଙ୍କୁ ବାଦାମ ତେଲରୁ କିପରି ଆଖି ତଳ କଳା ଦାଗକୁ ଦୂର କରାଯାଇ ପାରିବ, ସେ ବିଷୟରେ କହିବାକୁ ଯାଉଛୁ। ଆସନ୍ତୁ ଜାଣିବାଟ୍ଟ
ଆବଶ୍ୟକ ସାମଗ୍ରୀ
-ଅଧା ଚାମଚ ଏକ୍ସଟ୍ରା ଭର୍ଜିନ୍ ଅଲିଭ୍ ଅଏଲ
-ଅଧା ଚାମଚ ବାଦାମ ତେଲ
ଡାର୍କ ସର୍କଲ ଉପରେ ବାଦାମ ତେଲ ଲଗାଇବାର ଉପାୟ
-ପ୍ରଥମେ ଏକ ପାତ୍ରରେ ଏକ୍ସଟ୍ରା ଭର୍ଜିନ୍ ଅଲିଭ୍ ଅଏଲ ଓ ବାଦାମ ତେଲ ନେଇ ଏହାକୁ ମିକ୍ସ କରି ନିଅନ୍ତୁ।
-ନିଜ ଆଙ୍ଗୁଠି ଟିପକୁ ତେଲରେ ବୁଡ଼ାଇ ଏହାକୁ ଡାର୍କ ସର୍କଲ ଥିବା ଜାଗାରେ ଲଗାନ୍ତୁ।
-ହାଲୁକା ହାତରେ ୨ରୁ ୩ ମିନିଟ୍ ଯାଏ ମସାଜ କରନ୍ତୁ।
-ଏହି ବିଧି ରାତିରେ ଶୋଇବା ପୂର୍ବରୁ କରନ୍ତୁ ଏବଂ ତେଲକୁ ରାତି ସାରା ଲଗାଇ ରହିବାକୁ ଦିଅନ୍ତୁ।
-ପ୍ରତିଦିନ ଏମିତି କରିବା ଦ୍ୱାରା ଆପଣ ଜଲ୍ଦି ଫରକ୍ ଅନୁଭବ କରି ପାରିବେ।






