ରାଜନୀତିରାଜ୍ୟ

ବିଜେପିର ନୂଆ ପ୍ରଭାରୀ ଡି ପୁରନ୍ଦେଶ୍ୱରୀ ଗଲେ ପରୀ ଗାଁ ନୟାଗଡକୁ

ସତ୍ୟଶିଖା(ନୟାଗଡ) ୧୦/୧୨/୨୦୨୦ : ପରୀ ଗାଁରେ ରାଜ୍ୟ ବିଜେପିର ନୂଆ  ପ୍ରଭାରୀ ପୁରନ୍ଦେଶ୍ୱରୀ । ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ଥିବା ରାଜ୍ୟ ବିଜେପିର ନୂଆ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଆଜି ନୟାଗଡର ଯଦୁପୁରରେ ପହଚିଂ ପରୀ ପରିବାର ଲୋକଙ୍କୁ ଭେଟିଛନ୍ତି । ଏହା ସହ ପରୀ ମୃତଦେହ ମିଳିିଥିବା ସ୍ଥାନକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଘଟଣାର ସିବିଆଇ ତଦନ୍ତ ହେବା ଦରକାର ।ଏସଆଇଟି ଭରସା ଯୋଗ୍ୟ ନୁହେଁ । ପରୀ ପରିବାର ସହ ବିଜେପି ସବୁବେଳେ ଅଛି । ନ୍ୟାୟ ନମିଳିବା ଯାଏ ଲଢେଇ ଜାରି ରହିବ ବୋଲି ପୁରନ୍ଦେଶ୍ୱରୀ କହିଛନ୍ତି । ସିବିଆଇ ତଦନ୍ତ ସହ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି କରିଆସୁଛି ବିଜେପି ।  ଓଡ଼ିଶା ପ୍ରଭାରୀ ଭାବେ ଦାୟିତ୍ୱ ନେବା ପରେ ଏହା ପୁରନ୍ଦେଶ୍ୱରୀଙ୍କ ପ୍ରଥମ ଓଡ଼ିଶା ଗସ୍ତ । ଆଗାମୀ ୧୨ ତାରିଖ ଯାଏଁ ଓଡିଶାରେ ରହିବେ ରାଜ୍ୟ ବିଜେପିର ନୂଆ ପ୍ରଭାରୀ ।

Show More
Back to top button