
ସତ୍ୟଶିଖା (ଭୁବନେଶ୍ୱର) ୧୭/୧୧/୨୦୨୦ : ବିଜେପିର ଫୋକସରେ ଓଡିଶା । ବିହାର ପରେ ପଶ୍ଚିମବଙ୍ଗ ଏବଂ ଓଡିଶାରେ ସଂଗଠନ ମଜବୁତ କରିବା ଲକ୍ଷ୍ୟରେ ରାଜ୍ୟ ବିଜେପି । ଓଡିଶାରେ ସଂଗଠନକୁ ଆହୁରି ମଜବୁତ କରିବା ଲାଗି ଆଜି ରାଜ୍ୟର ୬ ଟି ଜିଲ୍ଲାର କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ।ସୁନ୍ଦରଗଡ, ବରଗଡ,ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଓ ବାରିପଦାରେ ବିଜେପିର ଆଞ୍ଚଳିକ କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି ଜେପି ନଡ୍ଡା । ଡିଜିଟାଲ ମିଡିଆ ଏହି ଦଳୀୟ କାର୍ଯ୍ୟାଳୟଗୁଡ଼ିକର ଉଦଘାଟନ କରାଯାଇଛି । ଏସବୁ ଜିଲ୍ଲା କାର୍ଯ୍ୟାଳୟକୁ ଦିଲ୍ଲୀରେ ଥିବା ଦଳର ମୁଖ୍ୟ କାର୍ଯ୍ୟାଳୟ ସହ ଅନଲାଇନରେ ମାଧ୍ୟମରେ ଯୋଡ଼ିବା ନିମନ୍ତେ ମଧ୍ୟ ଆବଶ୍ୟକ ବ୍ୟବସ୍ଥା ହୋଇଥିବା ଜଣାପଡ଼ିଛି ।
ଦଳୀୟ କାର୍ଯ୍ୟାଳୟକୁ ଉଦଘାଟନ କରିବା ଅବସରରେ ବିଜେପି ସଭାପତି ନଡ୍ଡା କହିଛନ୍ତି ଯେ, ବିଜେପି ଜିଲ୍ଲା କାର୍ଯ୍ୟାଳୟକୁ ଉଦଘାଟନ କରିବା ସୌଭାଗ୍ୟର ବିଷୟ । ଏନେଇ ସେ ରାଜ୍ୟର ସମସ୍ତ ବିଜେପି ନେତା ଓ କର୍ମୀଙ୍କୁ ଧନ୍ୟବାଦ ଦେଇଛନ୍ତି । ସମସ୍ତ ଜିଲ୍ଲାରେ ବିଜେପି କାର୍ଯ୍ୟାଳୟ ନେଇ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତତ୍କାଳୀନ ବିଜେପି ସଭାପତି ଅମିତ ଶାହ ପ୍ରକ୍ରିୟା ଆରମ୍ଭ କରିଥିଲେ । ଏହି ନୂଆ କାର୍ଯ୍ୟାଳୟରେ ଅତ୍ୟାଧୁନିକ ସୁବିଧା ସୁଯୋଗ ରହିଛି । ଏବେ ଦେଶରେ ୪୦୦ଟି କାର୍ଯ୍ୟାଳୟ ପ୍ରସ୍ତୁତ ହୋଇ ସାରିଛି । ୨୦୦ଟିର ନିର୍ମାଣ କାମ ଚାଲିଛି । ଏହି ଉଦଘାଟନୀ ଉତ୍ସବରେ ୨ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀଙ୍କ ସମେତ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ ।