ଦେଶରାଜନୀତିରାଜ୍ୟ

ଭୁବନେଶ୍ୱରରେ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ

ସତ୍ୟଶିଖା(ଭୁବନେଶ୍ୱର) ୨୨.୦୭.୨୦୨୧:  ରାଜଧାନୀରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ଚୁଗ । ସେ ୩ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି । ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ଦଳୀୟ କର୍ମକର୍ତ୍ତାମାନେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି । ବିମାନ ବନ୍ଦରରେ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହି ତରୁଣ ଚୁଗଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ।

ଏହି ଗସ୍ତ ସମୟରେ  ଅରୁଣ ଚୁଗ ତିନି ଦିନ ଧରି ଓଡ଼ିଶାର ସାଙ୍ଗଠନିକ ସ୍ଥିତି ନେଇ ପୃଥକ ପୃଥକ ଆଲୋଚନା କରିବେ ବୋଲି ଜଣାପଡିଛି । ବିଭିନ୍ନ ଜିଲ୍ଲା ବୁଲିବା ସହ ବୁଥ ଏବଂ ମଣ୍ଡଳସ୍ତରୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବାର କାର୍ୟ୍ୟକ୍ରମ ରହିଛି । ଆଜି ମଧ୍ୟ କିଛି ସମୟ ପରେ ବିଜେପି ରାଜ୍ୟ କାର୍ୟ୍ୟାଳୟରେ ଆରମ୍ଭ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ । ଦଳର ସାଙ୍ଗଠନିକ ସ୍ଥିତି ନେଇ ବିସ୍ତୃତ ଆଲୋଚନା କରାଯିବ ।

ତେବେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗଙ୍କ ଅଧକ୍ଷତାରେ ବସିବ ଏହି ବୈଠକ । ଦଳର ବରିଷ୍ଠ ପଦାଧିକାରୀ ଏହି ବୈଠକରେ ଯୋଗଦେବାର କାର୍ୟ୍ୟକ୍ରମ ରହିଛି ।

Show More
Back to top button