ସତ୍ୟଶିଖା (ନୂଆଦିଲ୍ଲୀ) ୧୮/୧୧/୨୦୨୦ : ସାର୍ବଜନିକ ଛଠ୍ ପୂଜାକୁ ନେଇ ଦିଲ୍ଲୀରେ ଜାରି ହୋଇଥିବା ପ୍ରତିବନ୍ଧକକୁ ନେଇ ରାଜନୀତି ସରଗରମ ରହିଛି । ବିଜେପି ଏହି ମାମଲାରେ କେଜ୍ରିୱାଲ ସରକାରଙ୍କୁ ବିରୋଧ କରିଛି । ବିଜେପି ସାଂସଦ ତଥା ଦିଲ୍ଲୀର ପୂର୍ବତନ ବିଜେପି ଅଧ୍ୟକ୍ଷ ମନୋଜ ତିୱାରୀ କେଜ୍ରିୱାଲଙ୍କୁ ନମକ ହାରାମ କହିଛନ୍ତି । ମଙ୍ଗଳବାର ଦିନ ମଧ୍ୟ ପୂର୍ବାଂଚଳ ପ୍ରକୋଷ୍ଠର ବିଜେପି କାର୍ଯ୍ୟକର୍ତ୍ତା କେଜ୍ରିୱାଲଙ୍କ ଘର ବାହାରେ ବିରୋଧ ପ୍ରଦର୍ଶନ କରିଥିଲେ । ମନୋଜ ତିୱାରୀ ବୁଧବାର ଦିନ ନିଜର ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ୍ କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନମକ ହାରାମି । କୋଭିଡ୍ ପାଳନ କରି ଆପଣ ଛଠ୍ ପୂଜା କରିବାକୁ ଦେଉନାହାନ୍ତି କିନ୍ତୁ ମଦ ଦୋକାନ ଓ ବାର ଖୋଲିବାକୁ ଅନୁମତି ଦେଉଛନ୍ତି ।
କେଜ୍ରିୱାଲଙ୍କୁ ନମକ୍ ହାରାମ୍ କହିଲେ ବିଜେପି ସାଂସଦ ମନୋଜ ତିୱାରୀ ?
