

ସତ୍ୟଶିଖା(ଭୁବନେଶ୍ୱର) ୦୭ .୧୨.୨୦୨୧: ବିଧାନସଭାରେ ୫ ଦିନ ଧରି ଯାହା ଘଟୁଥିଲା, ମଙ୍ଗଳବାର ତାହାର ପୁନରାବୃତ୍ତି ହେଲା। ଆଜି ବିଧାନସଭା ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେପି ଓ କଂଗ୍ରେସ ଗୃହ ମଧ୍ୟ ଭାଗରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରି ହୋହଲ୍ଲା କଲେ। ବିଧାନସଭାରେ ବିଜେପି ସଭ୍ୟମାନେ ଘଣ୍ଟମାଡ଼ କରିଥିଲେ ଓ କଂଗ୍ରେସ ବିଧାୟକମାନେ ନାରାବାଜି କରିଥିଲେ। ଏହାପରେ ଅପରାହ୍ଣ ୪ଟା ଯାଏଁ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଥିଲେ। ଏହି ଘଟଣା ସଂପର୍କରେ ବିଜେପି ବିଧାୟକ ଦଳର ଉପନେତା ବିଷ୍ଣୁ ସେଠୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ବିଧାନସଭାକୁ ଆସୁନାହାନ୍ତି, ତାଙ୍କ ନିଦ ଭଙ୍ଗାଇବା ଲାଗି ବିଜେପି ସଭ୍ୟମାନେ ଘଣ୍ଟନାଦ କରିଛନ୍ତି। ଏଣେ ଶାସକ ଦଳର ସଦସ୍ୟାମାନେ ବିରୋଧୀ ସଦସ୍ୟମାନଙ୍କ ଉପରେ ଗଙ୍ଗାଜଳ ସିଞ୍ଚନ କରିଛନ୍ତି।