ସତ୍ୟଶିଖା( ଭୁବନେଶ୍ୱର )୨୮.୦୯ . ୨୦୨୨: ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଦାୟୀ । ତାଙ୍କୁ ତୁରନ୍ତ ଗିରଫ କରି ନିରପେକ୍ଷ ତଦନ୍ତ କରାଯାଉ ବୋଲି ବିଜେପି ଦାବି କରିଛି । ବିଜେପି ପକ୍ଷରୁ ଆଜି ଏକ ଅଡିଓ ବାର୍ତ୍ତାଳାପକୁ ମଧ୍ୟ ଗଣମାଧ୍ୟମ ସମ୍ମୁଖରେ ରଖାଯାଇଛି ଯେଉଁଥିରେ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପଛରେ ମନ୍ତ୍ରୀ ଶ୍ରୀ ଦାଶଙ୍କ ସମ୍ପୃକ୍ତିର ପ୍ରମାଣ ମିଳୁଛି ବୋଲି ବିଜେପି ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡ଼ା ଅଭିଯୋଗ କରିଛନ୍ତି ।
ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପାଇଁ ମନ୍ତ୍ରୀ ସମୀର ଦାଶଙ୍କୁ ଦାୟୀ କଲା ବିଜେପି
