ଦେଶନ୍ୟୁଜ୍ରାଜନୀତି

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଚନ୍ନି, ୧୬ରେ ଶପଥ ନେବେ ମାନ୍‌

ସତ୍ୟଶିଖା(ଅମୃତସର )୧୧.୦୩.୨୦୨୨ : ପଞ୍ଜାବର ବିଧାନସଭା ନିର୍ବାଚନ ଫଳାଫଳ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କଂଗ୍ରେସ ନେତା ଚରଣଜିତ ସିଂହ ଚନ୍ନି। ଆଜି ସେ ମଧ୍ୟାହ୍ନ ସମୟରେ ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି ୯୨ଟି ଆସନ ଜିତିଥିବା ବେଳେ କଂଗ୍ରେସ ମାତ୍ର ୧୮ଟି ଆସନ ଜିତିବାକୁ ସକ୍ଷମ ହୋଇଥିଲା। ଏପରି କି ଚନ୍ନି ଦୁଇଟି ଆସନରେ ନିର୍ବାଚନ ଲଢ଼ିଥିଲେ ହେଁ ଗୋଟିଏରେ ବି ଜିତି ପାରି ନଥିଲେ।

ଆପ୍‌ ୯୨ ଆସନ ଜିତିଥିବାରୁ ପଞ୍ଜାବରେ ସରକାର ଗଢ଼ିବ। ମୁଖ୍ୟମନ୍ତ୍ରୀ ଭାବେ ଆପ୍‌ ବିଧାୟକ ଭଗୱନ ମାନ୍‌ ଶପଥ ନେବେ। ଆସନ୍ତା ୧୬ ତାରିଖରେ ଏହି ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଆପ୍‌ ପକ୍ଷରୁ ଶପଥ ପାଠ କାର୍ଯ୍ୟକ୍ରମ ନିଆରା ଢଙ୍ଗରେ ପାଳନ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସାଧାରଣତଃ ମୁଖ୍ୟମନ୍ତ୍ରୀ ଭାବେ ରାଜନେତାମାନେ ରାଜଭବନରେ ଶପଥ ନିଅନ୍ତି। ହେଲେ ମାନ ଶପଥ ପାଠ କାର୍ଯ୍ୟକ୍ରମ ସ୍ୱାଧୀନତା ସଂଗ୍ରାମୀ ଭଗବତ ସିଂହ ଗାଁରେ କରିବେ। ଏଥିପାଇଁ ନୱାନଶହର ଜିଲ୍ଲାରେ ଥିବା ଖାଟକର କଲାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହେବ। ଏହି କାର୍ଯ୍ୟକ୍ରମରେ ଭଗୱନ୍ତ ସିଂହ ମାନ ପଞ୍ଜାବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।
ଖାଟକର କଲାନ ହେଉଛି ଭଗତ ସିଂହଙ୍କ ପୈତୃକ ଗାଁ।

Show More
Back to top button