ଦେଶ

ସାନିଟାଇଜର୍‌ ରୋବୋଟ୍‌ ତିଆରି କଲେ ଭାରତୀୟ ଛାତ୍ର

ନୂଆଦିଲ୍ଲୀ: କରୋନା ଭାଇରସ୍‌ ବ୍ୟାପିବା ପରେ ସ୍ୱଚ୍ଛତାକୁ ନେଇ ସମସ୍ତେ ସଚେତନ ହେବା ଆରମ୍ଭ କରିଛନ୍ତି। ଏଭଳି ସମୟରେ ୟୁଏଇରେ ଜଣେ ଗ୍ରେଡ୍‌ ୭ ଛାତ୍ର ଏକ ସାନିଟାଇଜର ରୋବୋଟ୍‌ ବାହାର କରିଛନ୍ତି, ଯାହାକି ୩୦ ସେମି ଦୂରରୁ ହାତକୁ ଚିହ୍ନି ପାରି ସାନିଟାଇଜ୍‌ କରିପାରୁଛି।

ସଦ୍ଧ ସିଙ୍ଘଭୀ ନାମକ ଏହି ଛାତ୍ର କହିଛନ୍ତି, ତାଙ୍କ ମା’ ତାଙ୍କୁ ଦେଖାଇଥିବା ଏକ ଭିଡିଓରେ ଲୋକେ ସାନିଟାଇଜର ବୋତଲକୁ ଛୁଇଁ ଭୂତାଣୁ ସଂକ୍ରମିତ ହେଉଛନ୍ତି। ଏହାପରେ ତାଙ୍କୁ ଏହାର ସମାଧାନ ବାବଦରେ ଭାବିବାକୁ ପଡ଼ିଥିଲା।

ଆହୁରି ପଢ଼ନ୍ତୁ

ଏହି କାରଣରୁ ରୋବୋଟ୍‌ ଉଦ୍ଭାବନ କରିଥିବା ନେଇ ଛାତ୍ର ଜଣକ କହିଛନ୍ତି, “ତେଣୁ ମୁଁ ଭାବିଲି ଏସ୍‌ଟିଏମ୍‌ ଟେକ୍ନୋଲୋଜି ବ୍ୟବହାର କରି କିଛି ତିଆରି କରିବାକୁ ଭାବିଲି। ଏହା ସାନାଇଟାଇଜର୍‌କୁ ନଛୁଇଁ ହିଁ ସାନିଟାଇଜ୍‌ କରିପାରିବ। ରୋବୋଟିକ୍‌ ହ୍ୟାଣ୍ଡ ସହାୟତାରେ ସ୍ୱତନ୍ତ୍ର ଅନୁଭୂତି ମଧ୍ୟ ଦେବ।”

ସେ ଆହୁରି ମଧ୍ୟ କହିଛନ୍ତି, ଛୁଇଁବା ଦ୍ୱାରା ବା ସଂସ୍ପର୍ଶରେ ଆସିଲେ କରୋନା ବ୍ୟାପୁଥିବା କୁହାଯାଉଥିବାରୁ ଏହି ରୋବୋଟ୍‌ ଏହି ସମସ୍ୟାର ସମାଧାନ କରିପାରିବ। ଏହା ‘ସୁରକ୍ଷିତ ରୁହ ସୁସ୍ଥ ରୁହ’ ବାର୍ତ୍ତାକୁ ଆଗକୁ ନେଉଛି।

[ad_2]
Show More
Back to top button