ସତ୍ୟଶିଖା (ଭୁବନେଶ୍ୱର) ୩୦/୧୨/୨୦୨୦ : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ବିଜେଡି-ବିଜେପି ମୁହାଁମୁହିଁ । କେନ୍ଦ୍ର ସରକାରଙ୍କ ଅର୍ଥରେ ଗରିବଙ୍କୁ ବାସଗୃହ ଯୋଗାଇ ଦିଆଯାଉଛି । ବିଜେପିର ରାଜ୍ୟବ୍ୟାପୀ ଆନ୍ଦୋଳନ ପରେ ରାଜ୍ୟ ସରକାର ବିଜୁ ପକ୍କାର ଘର ଯୋଜନାର ଲୋଗୋ ବଦଳାଇଛନ୍ତି । ଏବେ ହିତାଧିକାରୀଙ୍କ ଘରେ ପ୍ରଧାନମନ୍ତ୍ରୀ ଆବସ ଯୋଜନା ଓ ବିଜୁ ପକ୍କା ଘର ସଂପୂର୍ଣ୍ଣ ଭାବେ ଲେଖାଯାଇଥିବା ଓ ପ୍ରାଂଜଳ ଭାବେ ଛପାଯାଇଥିବା ଷ୍ଟିକର ଲାଗିବ ।
ସେପଟେ ବିଜେଡି କହିଲା, ପୃଥ୍ୱରାଜଙ୍କ ପାଖରେ ସଠିକ୍ ତଥ୍ୟ ନାହିଁ । ଅଧା କେନ୍ଦ୍ର ଓ ଅଧା ରାଜ୍ୟ ଖର୍ଚ୍ଚ ଦେଉଛି । ୨୦ ଲକ୍ଷ ଘର କରି କେନ୍ଦ୍ରଠାରୁ ପୁରସ୍କାର ନେଇଛୁ । ପୃଥ୍ୱୀରାଜ ହରିଚନ୍ଦନ ହାସ୍ୟାସ୍ପଦ କଥା କହୁଛନ୍ତି ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ।