ରାଜନୀତିରାଜ୍ୟ

ବିଶ୍ୱମ୍ବର ରଥ ହେଲେ ଛତ୍ରପୁର ଡେପୁଟି କଲେକ୍ଟର

ସତ୍ୟଶିଖା (ଭୁବନେଶ୍ୱର) ୨୯/୧୨/୨୦୨୦ : ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌)ସ୍ତରରେ ଛୋଟ ଅଦଳବଦଳ କରାଯାଇଛି। ୧୩ଜଣ ଓଏଏସ ଅଫିସରଙ୍କୁ ବଦଳି କରାଯାଇଛି । ବିଶ୍ୱମ୍ବର ରଥଙ୍କୁ ଛତ୍ରପୁର ଡେପୁଟି କଲେକ୍ଟର ଭାବେ ବଦଳି କରାଯାଇଛି । ସେହିପରି ସୂର୍ଯ୍ୟାଂଶୁ ରୁଟ୍‌ଙ୍କୁ ସୁବର୍ଣ୍ଣପୁର ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ, ଅନାଦି ଚନ୍ଦ୍ର ସାହୁଙ୍କୁ ତରଭା ତହସିଲଦାର, ସଂଜୀବ କୁମାର ମେହେରଙ୍କୁ ଖପ୍ରାଖୋଲ ତହସିଲଦାର, ଭାସ୍କର ସାହୁଙ୍କୁ ଗୁମ୍ମା ତହସିଲଦାର ଭାବେ ନିଯୁକ୍ତି ମିଳିଛି ।

ଏତତ୍ ବ୍ୟତୀତ, ରାଜକିଶୋର ଜେନା ବୁଗୁଡ଼ା ତହସିଲଦାର, ଅନନ୍ତ କୁମାର ହାଁସଦା ମୋରଡ଼ା ତହସିଲଦାର, ନବକିଶୋର ପାଢ଼ୀ ସୁବର୍ଣ୍ଣପୁର ତହସିଲଦାର ଏବଂ ନାରାୟଣ ମିଶ୍ରଙ୍କୁ ଗୁଣୁପୁର ତହସିଲଦାର ଭାବେ ବଦଳି ହୋଇଛନ୍ତି । ଲଳିତ ମଣ୍ଡଳ ମାଲକାନଗିରି ଡେପୁଟି କଲେକ୍ଟର ଓ ସ୍ନିଗ୍ଧାଛାୟା ମହାପାତ୍ରଙ୍କୁ ଢେଙ୍କାନାଳ ଡେପୁଟି କଲେକ୍ଟର ଭାବେ ନିଯୁକ୍ତି ମିଳିଛି ।

ଆହୁରି ମଧ୍ୟ, ରାଜେନ୍ଦ୍ର ମାଝୀ ରାୟଗଡ଼ା ବିଡିଓ ଭାବେ କାର୍ଯ୍ୟ କରିବେ । କୁମୁଦିନି ସୁବୁଦ୍ଧିଙ୍କୁ ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଏବଂ ସଂଖ୍ୟାଲଘୁ କଲ୍ୟାଣ ବିଭାଗର ଡେପୁଟି ସେକ୍ରେଟାରୀ ନିଯୁକ୍ତ କରାଯାଇଛି । ଏ ନେଇ ରାଜସ୍ୱ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇ ସୂଚନା ଦିଆଯାଇଛି ।

Show More
Back to top button