

ସତ୍ୟଶିଖା(ଭୁବନେଶ୍ୱର )୨୯.୧୦ .୨୦୨୧: ଶଙ୍ଖ ଧରିଛନ୍ତି ଯୁବନେତା ବିଶ୍ୱରଞ୍ଜନ ମଲ୍ଲିକ । ଆଜି ବିଜେଡିରେ ବିଧିବଦ୍ଧ ଭାବେ ଯୋଗଦେଇଛନ୍ତି ବିଶ୍ବ ମଲ୍ଲିକ।ବିଜେଡି କାର୍ୟ୍ୟାଳୟରେ ବରୀର ବିଶ୍ୱରଞ୍ଜନ ମଲ୍ଲିକ ଆଜି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ଶତାଧିକ ସମର୍ଥକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ବିଶ୍ୱ । ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବରୀ ବିଧାୟିକା ସୁନନ୍ଦା ଦାଶ ଓ ଯାଜପୁରର ଅନ୍ୟ ନେତାଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ବିଶ୍ୱ । ବରୀର ବିକାଶ ଓ ନବୀନଙ୍କ ବିକାଶଧାରାକୁ ଆଗେଇ ନେବାକୁ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି ବିଶ୍ୱରଞ୍ଜନ । ବିଶ୍ୱରଞ୍ଜନଙ୍କ ସହ ବରୀ ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଜିଲ୍ଲାପରିଷଦ ସଦସ୍ୟ ଓ ସରପଞ୍ଚ ଏବଂ ପୂର୍ବତନ ସରପଞ୍ଚ ମଧ୍ୟ ବିଜେଡିରେ ଯୋଗ ଦେଇଛନ୍ତି । କିଛି ଦିନ ପୂର୍ବରୁ ସେ ବିଜେପି ଛାଡିଥିଲେ। ବିଜେପିରେ ରହି ଓଡ଼ିଶାର ବିକାଶ ସମ୍ଭବ ନୁହେଁ ବୋଲି କହିଥିଲେ ବିଶ୍ୱରଞ୍ଜନ । ତେବେ ବରୀ ଅଞ୍ଚଳରେ ଗମନାଗମନ, ମେଡିକାଲର ବିକାଶ, କଲେଜର ବିକାଶ ଓ ରତ୍ନଗିରିର ବିକାଶ ପାଇଁ ପ୍ରତିଶ୍ରୁତି ମିଳିବା ପରେ ସେ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି ।
ବିଜେପି ଛାଡିବାର ୩ଟି କାରଣ ଥିବା ସେ କହିଛନ୍ତି । କେନ୍ଦ୍ରରେ ସରକାର ସତ୍ତ୍ବେ ବରୀର ବିକାଶ କଲାନି ବିଜେପି । ୨୦୧୯ରେ ଦଳରେ ଗୋଷ୍ଠୀବାଦ ହେଲା । ବରୀରେ ମୁସଲମାନ ସମ୍ପ୍ରଦାୟ ଭୋଟ୍ ଦେଲେନି । ଏଥିପାଇଁ ବିଜେପି ଛାଡିଥିବା ସେ କହିଛନ୍ତି । ୨୦୧୪ରେ ସ୍ବାଧୀନ ଭାବେ ଲଢିଥିଲେ ବିଧାନସଭା ନିର୍ବାଚନ । ୨୦୧୭ରେ ବିଜେପିରେ ସାମିଲ ହୋଇଥିଲେ ବିଶ୍ବ । ୨୦୧୯ରେ ବିଜେପିରୁ ବରୀ ବିଧାୟକ ପ୍ରାର୍ଥୀ ଥିଲେ ବିଶ୍ବ ମଲ୍ଲିକ ।