ସତ୍ୟଶିଖା (ନୂଆଦିଲ୍ଲୀ) ୩୧/୧୨/୨୦୨୦ : ୨୦୨୦ରେ ବିରିୟାନୀ ରେକର୍ଡ । କରୋନା କାଳରେ ଲୋକଙ୍କ ମଧ୍ୟରେ ଲୋକପ୍ରିୟତା ସାଉଁଟିଛି ବିରିୟାନୀ । ସବୁଠୁ ଅଧିକ ଅର୍ଡର କରାଯାଇଥିବା ଖାଦ୍ୟ ମଧ୍ୟରେ ଶୀର୍ଷ ସ୍ଥାନ ଅକ୍ତିଆର କରିଛି ବିରିୟାନୀ । ପ୍ରତି ମିନିଟ୍ରେ ଅନଲାଇନ୍ ଫୁଡ୍ ଡେଲିଭରି ସଂସ୍ଥା ‘ଜୋମାଟୋ’ ୨୨ ବିରିୟାନୀ ଡେଲିଭର କରିଛି । କେବଳ ଯେ ଚିକେନ୍ କିମ୍ବା ମଟନ୍ ବିରିୟାନୀ ଚାହିଦା ବଢ଼ିଛି ତାହା ନୁହେଁ ୨୦୨୦ରେ ଦେଶରେ ପାଖାପଖି ୧୯.୮ ଲକ୍ଷ ଭେଜିଟେବଲ୍ ବିରିୟାନୀ ଅର୍ଡର କରାଯାଇଥିବା ‘ଜୋମାଟୋ ’ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ପିଜାର ଚାହିଦା ମଧ୍ୟ ବୃଦ୍ଧି ପାଇଛି । ଜୁନ୍ ୨୦୨୦ ବେଳକୁ ‘ଜୋମାଟୋ’ ୪.୫ ପିଜା ଅର୍ଡର ପାଇଥିବା ବେଳେ ନଭେମ୍ବର ବେଳେକୁ ଅର୍ଡର ସଂଖ୍ୟା ୧୭ ଲକ୍ଷରେ ପହଞ୍ଚିଥିଲା । ଏହାସହ କେବଳ ଦିଲ୍ଲୀ, ମୁମ୍ବାଇ, ପୁନେ ଓ ବେଙ୍ଗାଲୁରୁରେ ମୋମୋସ୍ ପାଇଁ ୨୫ ଲକ୍ଷ ଅର୍ଡର କେବଳ ଜୋମାଟୋକୁ ମିଳିଥିଲା ।
୨୦୨୦ରେ ସବୁଠୁ ଅଧିକ ଅର୍ଡର ହୋଇଛି ବିରିୟାନୀ
