ଭିତରକନିକାରେ ଆଜିଠୁ ପକ୍ଷୀ ଗଣନା

ସତ୍ୟଶିଖା(ଭୁବନେଶ୍ୱର ) ୨୩.୦୮ .୨୦୨୧:  ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଆଜିଠୁ ଆରମ୍ଭ ହୋଇଛି ଦେଶୀୟ ପକ୍ଷୀ ଗଣନା ।  ଏହି ପକ୍ଷୀ ଗଣନା କାର୍ଯ୍ୟକ୍ରମ ୭ଦିନ ପର୍ଯ୍ୟନ୍ତ ଚାଲିବ । ଗଣନା ପାଇଁ ୨ଟି ଟିମ୍‌ ଗଠନ କରାଯାଇଛି । ପ୍ରତ୍ୟେକ ଟିମରେ ୭ ଜଣ ଲେଖାଏଁ ସଦସ୍ୟ ଅଛନ୍ତି ।

ବର୍ଷା ଋତୁ ଆଗମନରେ ଦେଶର କୋଣ ଅନୁକୋଣରୁ ନିଜର ବଂଶ ବିସ୍ତାର ପାଇଁ ଗେଣ୍ଡାଳିଆ,ରାଣୀ ବଗ, ମଝିଆ ବଗ, ଛୋଟ ବଗ, ଖଇରା ବଗ, ଅଞ୍ଜନା ବା ମାଟିଆ ବଗ, ପାଣି କୁଆ, ଅନ୍ଧାରିଆ ବଗ, ଦାଆଁବେଟିଆ, କାପରଖାଇ ଆଦି ପକ୍ଷୀ ଭିତରକନିକାମୁହାଁ ହୋଇଛନ୍ତି।  ସେମାନେ ଭିତରକନିକାର ବଗ ଗହଣ, ମଠଆଡ଼ିଆ, ଲଷ୍ମୀପ୍ରସାଦଡ଼ିଆ, ଦୁର୍ଗାପ୍ରସାଦଡିଆର ଗଛମାନଙ୍କରେ ବସା ବାନ୍ଧିଛନ୍ତି  ।

ନଦୀ ମୁହାଣର ବ୍ରାହ୍ମଣୀ ନଦୀ ପଠା ଓ ଦ୍ୱୀପରେ ଅବସ୍ଥିତ ଏକର ଏକର ବିଶିଷ୍ଟ ଏହି ଜଙ୍ଗଲ ମଧ୍ୟରେ ବନି, ଗୁଆ, କେରୁଆ, ଓରୁଅ ଗ ରେ ବସା ବାନ୍ଧି ପକ୍ଷୀମାନେ ବଂଶ ବିସ୍ତାର କରିଥାନ୍ତି ।

ଏନେଇ କନିକା ରେଞ୍ଜ ଅଫିସର ମାନସ ଦାସ କହିଛନ୍ତି ଆଜିଠୁ ପକ୍ଷୀଗଣନା ଆରମ୍ଭ ହୋଇଛି। ୨ଟି ଟିମ୍‌ ହୋଇଛି। ଗୋଟିଏ ଟିମ୍‌  ମଠଆଡ଼ିଆ  ଓ ଅନ୍ୟ ଟିମ୍‌ ଲକ୍ଷ୍ମୀପ୍ରସାଦ,   ଦୁର୍ଗାପ୍ରସାଦଡିଆରରେ ପକ୍ଷୀ ଗଣନା କରିବେ।  ୭ ଦିନ ଧରି ଏହି  ଗଣନା କାର୍ଯ୍ୟକ୍ରମ ଚାଲିବ।

Exit mobile version