୫୬ ଜଣଙ୍କୁ ପୁଲିସ ଚାକିରୀ ଦେଇଛି ବିରଂଚି ?

ସତ୍ୟଶିଖା(ଭୁବନେଶ୍ୱର) ୦୭.୦୮ .୨୦୨୧: ବିରଂଚି ସାହୁଙ୍କୁ ବାନ୍ଧିବା ପରେ ଏବେ ଚାକିରୀ ବିକ୍ରି ଦୁର୍ନୀତିର ଗୁମର ଖୋଲିବାରେ ଲାଗିଛି  । ଚାକିରୀ ପାଇଁ ଖାଲି ଟଙ୍କା ନୁହେଁ ନିଜ ସ୍ତ୍ରୀଙ୍କ ପାଖରେ ବୀମା କରାଇବାକୁ ବି ସେ ବାଧ୍ୟ କରିଛି  । ବିଂରଚି ପାଖରେ ୫୬ ଜଣ ପୁଲିସ ବି ବୀମା କରିଥିବା ଜାଣିବାକୁ ମିଳିଛି  । ଫଳରେ ସେମାନଙ୍କ ଠାରୁ ଟଙ୍କା ନେଇ ସେ ଚାକିରୀ ଦେଇଥିବା ସନେ୍ଦହ ଦୃଢ଼ୀଭୂତ ହୋଇଛି । ଫଳରେ ଟଙ୍କା ଦେଇ ଚାକିରୀ କରିଥିବା ଲୋକଙ୍କ ମନରେ ଆତଙ୍କ ଖେଳିଯାଇଛି ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ବିରଞ୍ଚି ସାହୁଙ୍କ ରିମାଣ୍ଡ କାଳ ସରିଛି । ୪ ଦିନ ଜେରା ସମୟରେ କିଛି ତଥ୍ୟ ମିଳିଛି । ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ (ଓଏସଏସସି) ଚାକିରି ବିକି୍ର ପଛରେ ନେତା ଓ ଅଫିସରଙ୍କ ହାତ ରହିଛି ବୋଲି ଭିଜିଲାନ୍ସକୁ କହିଛନ୍ତି । ଖାଲି ସେତିକି ନୁହେଁ ବିଭିନ୍ନ ଲୋକଙ୍କୁ ଧମକ ନେଇ ତାଙ୍କ ପତ୍ନୀଙ୍କ ପାଖରେ ୯ ଶହ ବୀମା ପଲିସି କରାଇଛନ୍ତି ବିରଞ୍ଚି । ଏହି ୯ଶହ ଜଣଙ୍କ ମଧ୍ୟରେ ୫୬ ଜଣ ପୁଲିସ ଥିବା ଭିଜିଲାନ୍ସକୁ ସୂଚନା ଦେଇଛନ୍ତି । ବିରଞ୍ଚିଙ୍କ ପତ୍ନୀ ବୀମା ଏଜେଣ୍ଟ । ହେଲେ ବୀମା ଗ୍ରାହକ ଯୋଗାଡ଼ କରୁଥିଲେ ବିରଞ୍ଚି । ସେ ଯେଉଁମାନଙ୍କୁ ଚାକିରି ବିକି୍ର କରୁଥିଲେ ତାଙ୍କ ପତ୍ନୀଙ୍କ ପାଖରେ ବୀମା କରିବା ପାଇଁ ସେମାନଙ୍କୁ ବାଧ୍ୟ କରୁଥିଲେ । ପତ୍ନୀଙ୍କୁ ଆଢ଼ୁଆଳରେ ରଖି ବିରଞ୍ଚି ଭଲ ବୀମା ବ୍ୟବସାୟ କରୁଥିଲେ । ୧୦ ବର୍ଷରେ ପତ୍ନୀଙ୍କ ଜରିଆରେ ୯୦୦ ବୀମା ପଲିସି କରାଇଥିବା ଭିଜିଲାନ୍ସ ଜାଣିବାକୁ ପାଇଛି । ବିଭିନ୍ନ ପଦବୀରେ ଚାକିରି ପାଇଁ ଆବେଦନ କରିଥିବା ପିଲାଙ୍କ ମଧ୍ୟରୁ ୨୧ ଜଣ ତାଙ୍କ ପାଖରେ ଦରଖାସ୍ତ ଦେଇଛନ୍ତି । ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ଜଣାପଡ଼ିଛି । ଏହା ବାଦ ବୀମାରେ ତାଙ୍କ ପତ୍ନୀ କେତେକ କମିଶନ ପାଇଛନ୍ତି? ରିଟର୍ଣ୍ଣ ଫାଇଲ କରିଛନ୍ତି ନା ନାହିଁ? ସେ ବିଷୟରେ ଆୟକର ବିଭାଗ ତଦନ୍ତ କରିବ ବୋଲି ଭିଜିଲାନ୍ସ ଏସପି ପ୍ରକାଶ ଆର କହିଛନ୍ତି । ଅପରପକ୍ଷରେ ତାଙ୍କ ଘରୁ ଯେତିକି ପିଲାଙ୍କର ଆଡ଼ମିଟ କାଡର଼୍ ମିଳିଛି ସେମାନଙ୍କ ମଧ୍ୟରୁ ୭ ଜଣ ଚାକିରୀ କରିଥିବା ଜାଣିବାକୁ ମିଳିଛି  ।

Exit mobile version