ମା ହେଲେ ବିପାଶା

ସତ୍ୟଶିଖା(ମୁମ୍ଵାଇ  )୧୪.୧୧.୨୦୨୨: ବିପାଶା ବସୁ ଏବଂ କରଣ ସିଂ ଗ୍ରୋଭର ନିକଟରେ ପିତାମାତା ହୋଇଛନ୍ତି। ବିପାଶା ଏକ ଶିଶୁ କନ୍ୟା ଜନ୍ମ ଦେଇଛନ୍ତି। ଏଥି ସହିତ ଦୁହେଁ ଫଟୋ ସେୟାର କରି ଏହା ବିଷୟରେ ସୂଚନା ଦେଇଛନ୍ତି। ସେମାନଙ୍କ ଫ୍ୟାନ୍ସ ଏହି ଖବର ଶୁଣିଲା ପରେ ଖୁସି ହୋଇଯାଇଥିଲେ। ଏବେ ସେ ଝିଅର ଫଟୋ ସେୟାର କରି ନାମ ପ୍ରକାଶ କରିଛନ୍ତି।

ବର୍ତ୍ତମାନ ବିପାଶ ଝିଅର ଫଟୋ ସେୟାର କରି ଶିଶୁ କନ୍ୟାଙ୍କ ନାମ ମଧ୍ୟ ପ୍ରକାଶ କରିଛନ୍ତି। ବିପାଶା ସେୟାର କରିଥିବା ଫଟୋରେ ବିପାଶାଙ୍କ ହାତ କରଣଙ୍କ ହାତରେ ଏବଂ ବିପାଶାଙ୍କ ହାତରେ ତାଙ୍କ ଝିଅର ସୁନ୍ଦର ପାଦ ଦୃଶ୍ୟମାନ ହେଉଛି। ଦୁହେଁ ଝିଅର ନାମ ଦେବୀ ବସୁ ସିଂ ଗ୍ରୋଭର ରଖିଛନ୍ତି। ଏହା ସହ ସେ ଲେଖିଛନ୍ତି ଯେ ଆଜି ଆମ ଝିଅ ଆମ ପ୍ରେମ ଏବଂ ଆଶୀର୍ବାଦ । ସେ ଜଣେ ଦେବୀ ତାକୁ ପାଇ ଆମେ ଭାଗ୍ୟଶାଳୀ ହୋଇଛୁ। ପ୍ରଶଂସକଙ୍କ ସହ ସେଲିବ୍ରେଟିମାନେ ମଧ୍ୟ ଏହି ପୋଷ୍ଟରେ ବିପାଶାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

କହିବାକୁ ଗଲେ ବିପାଶାଙ୍କ ଗର୍ଭଧାରଣ ଖବର ମାର୍ଚ୍ଚରୁ ଆସୁଥିଲା। କିନ୍ତୁ ଉଭୟ ଏହା ଉପରେ କୌଣସି ପ୍ରକାରର ମନ୍ତବ୍ୟ ଦେଇ ନାହଥିଲେ । ଜୁଲାଇରେ ଏହି ଖବର ପୁଣି ଥରେ ଭାଇରାଲ୍‌ ହେବାରେ ଲାଗିଲା। ଅଗଷ୍ଟରେ ଦୁହେଁ ପ୍ରଶଂସକଙ୍କୁ ଖୁସିଖବର ଦେଇଥିଲେ।  ଖୁବ୍ ଶୀଘ୍ର ଉଭୟ ପିତାମାତା ହେବାକୁ ଯାଉଛନ୍ତି।

Exit mobile version