୫ବର୍ଷ ପରେ ସାମ୍ବାଦିକଙ୍କୁ ମିଳିବ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର

ସତ୍ୟଶିଖା( ଭୁବନେଶ୍ୱର)୨୫.୦୮ . ୨୦୨୨:  ପ୍ରାୟ ୫ବର୍ଷ ପରେ ରାଜ୍ୟ ସରକାର ସାମ୍ବାଦିକଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାସହିତ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା କ୍ରୀଡ଼ାବିତଙ୍କୁ ମଧ୍ୟ ପୁରସ୍କୃତ କରାଯିବ । ଚୟନ କମିଟି ପକ୍ଷରୁ ଏନେଇ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ସୁପାରିଶ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଗଷ୍ଟ ୨୮ତାରିଖରେ ଏକ ଉତ୍ସବରେ କ୍ରୀଡା଼ କ୍ଷେତ୍ର ନିମନ୍ତେ ଅବଦାନ ଥିବା ଏହି ସାମ୍ବାଦିକ ଓ କ୍ରୀଡ଼ାବିତଙ୍କୁ ସମ୍ମାନିତ କରିବେ ବୋଲି ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ଚୟନ କମିଟି କରିଥିବା ସୁପାରିଶ ଅନୁସାରେ ପୂର୍ବତନ ଭାରତୀୟ ଟିମ୍ ଖେଳାଳୀ ତଥା ଓଡ଼ିଆ କ୍ରିକେଟର ଦେବାଶୀଷ ମହାନ୍ତିଙ୍କୁ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ‘ଲାଇଫ୍ ଟାଇମ୍ ଆଚିଭମେଂଟ୍‌’ ନିମନ୍ତେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯିବ । ସେହିପରି ଭାରଉତ୍ତୋଳନକାରୀ ଝିଲି ଦଳବେହେରା, ସୁଟର ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କୁ ‘ଆଉଟଷ୍ଟାଣ୍ଡିଂ ପରଫରମାନ୍ସ’ ନିମନ୍ତେ ପୁରସ୍କୃତ କରାଯିବ । ଆଥଲେଟିକ୍ କୋଚ୍ ବିଷ୍ଣୁପ୍ରସାଦ ମିଶ୍ରଙ୍କୁ କୋଚିଂ ନିମନ୍ତେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ମିଳିବ ।
Exit mobile version