ରାଜ୍ୟ

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ଭାରତୀୟ ସିଂହୀ ‘ବିଜଲି’ ମା’ହେବ

ସତ୍ୟଶିଖା ବାରଙ୍ଗ) ୨୦.୦୭.୨୦୨୧: ବହୁଦିନର ଅପେକ୍ଷା ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଭାରତୀୟ ସିଂହ ବଂଶ ବୃଦ୍ଧିର ଶୁଭ ସଂକେତ ମିଳିଛି । ଆଉ କିଛି ଦିନ ମଧ୍ୟରେ ସିଂହୀ ‘ବିଜଲୀ’ ମା ହେବାକୁ ଯାଉଛି । ଏଥିପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ସଜାଗ ଅଛନ୍ତି । ସିଂହୀ ଶାବକ ଜନ୍ମ କରିବା ପାଇଁ ତାର ସମସ୍ତ ସଙ୍କେତ ମିଳିଲାଣି । ସିଂହୀ ‘ବିଜଲୀ’ ରହୁଥିବା ସଫାରୀର ଏକ ସ୍ୱତନ୍ତ୍ର କୋଠରୀରେ ତାକୁ ରଖାଯାଇ ତାର ଜନ୍ତୁ ରକ୍ଷକ, ମେଡିକାଲ ଅଫିସର ଓ ନନ୍ଦନକାନନର କର୍ମଚାରୀମାନେ ସିସିଟିଭି ମାଧ୍ୟମରେ ତା ଉପରେ ନଜର ରଖିଛନ୍ତି । ଗତ ଏପି୍ରଲ ମାସରେ ବିଳାଶପୁର ଚିଡ଼ିଆଖାନାରୁ ଆସିଥିବା ଅଣ୍ଡିରା ସିଂହ ସମ୍ରାଟ ସହିତ କମଳା ନେହରୁ ଚିଡିଆଖାନାରୁ ଆସିଥିବା ସିଂହୀ ‘ବିଜଲୀ’ କୁ ମିଳନ କରାଯାଇଥିଲା ।ସୂଚନା ଯୋଗ୍ୟ ନନ୍ଦନକାନନରେ ୨୦୦୪ ମସିହା ପରଠାରୁ ସିଂହ ବଂଶ ବୃଦ୍ଧିରେ ରୋକ ଲଗାଯାଇଥିଲା । ୨୦୨୦ ଡିସେମ୍ବରରେ କମଳା ନେହରୁ ଚିଡିଆଖାନାରୁ ୨ଟି ଭାରତୀୟ ସିଂହୀ ଅଣାଯାଇଥିଲା । ଗତ ଜାନୁଆରୀ ମାସରୁ ବିଭିନ୍ନ ସମୟରେ ସିଂହ ଓ ସିଂହୀ ମାନଙ୍କ ମଧ୍ୟରେ ମିଳନ କରାଯାଇଥିଲା ।

Show More
Back to top button