ସତ୍ୟଶିକ୍ଷା (ଦୁବାଇ) ୨୩.୦୯.୨୦୨୦ : ବିଶ୍ୱର ସବୁଠାରୁ ଉଚ୍ଚତମ ବିଲ୍ଡିଂ ବୁର୍ଜ ଖଲିଫାରେ ଆକର୍ଷଣୀୟ ଏଲଇଡି ଲାଇଟ୍ ଡିସପ୍ଲେ ସହ ଶାହରୁଖ ଖାନଙ୍କ ଆଇପିଏଲ ଟିମ୍ କୋଲକାତା ନାଇଟ ରାଇଡର୍ସକୁ ସ୍ୱାଗତ କରାଯାଇଛି । ଏହାସଚ ଚଳିତ ଆଇପିଏଲ ପାଇଁ ଶୁଭେଚ୍ଛା ମଧ୍ୟ ଜଣାଯାଇଛି । କେକେଆର ରଙ୍ଗରେ ଆଲୋକିତ ହୋଇଥିବା ବୁର୍ଜ ଖଲିଫା ଟ୍ୱିଟରରେ ଟ୍ରେଣ୍ଡ୍ କରୁଛି ।
ଆଇପିଏଲର ୧୩ ତମ ସିଜିନର ପଞ୍ଚମ ମ୍ୟାଚରେ ବୁଧବାର କେକେଆର ମୁମ୍ବାଇକୁ ଭେଟିବ । ଏହି ମୁକାବିଲା ସହ କେକେଆର ନିଜର ଆଇପିଏଲ ଅଭିଯାନ ଆରମ୍ଭ କରିବ । କୋଲକାତା ଦୁଇଥର ଆଇପିଏଲ ଚାମ୍ପିଅନ ହୋଇଛି ।