ସତ୍ୟଶିଖା ୦୫/୧୨/୨୦୨୦ : ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟସଆପକୁ ନେଇ ଆସିଛି ବଡ ଖବର । ଡିଲିଟ୍ ହୋଇଯିବ ହ୍ୱାଟସଆପ ବ୍ୟବହାରକାରୀଙ୍କ ଆକାଉଂଟ । ଯଦି ହ୍ୱାଟସଆପ ବ୍ୟବହାର କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଏଥିପାଇଁ କିଛି ନିୟମ ତଥା ସର୍ତ୍ତକୁ ମାନିବାକୁ ହେବ ନଚେତ୍ କଂପାନୀ ପକ୍ଷରୁ ଆପଣଙ୍କ ହ୍ୱାଟସଆପ୍ ଆକାଉଂଟକୁ ବନ୍ଦ କରିଦିଆଯିବ । ତେବେ ହ୍ୱାଟସଆପର ଏହିି ନୂଆ ସର୍ତ୍ତାବଳୀ ନୂଆ ବର୍ଷରୁ ଲାଗୁ ହେବାକୁ ଯାଉଛି । ଯେଉଁଥିରେ ୟୁଜରଙ୍କୁ କଂପାନୀର ସବୁ ସର୍ତ୍ତକୁ ମାନିବାକୁ ପରାମର୍ଶ ଦିଆଯାଇଛି ଆଉ ଯଦି କେହି ଏହାକୁ ପାଳନ ନକରନ୍ତି ତେବେ ତାଙ୍କର ହ୍ୱାଟସଆପ ଆକାଉଂଟକୁ ଡିଟିଲଲିଟ କରିଦିଆଯିବ । ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବା ବେଳେ କଂପାନୀ ପକ୍ଷରୁ କିନ୍ତୁ ସେଭଳି କୌଣସି ସୂଚନା ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ ।
ହ୍ୱାଟସଆପ୍ ୟୁଜର୍ସଙ୍କ ପାଇଁ ବଡ ଖବର:
