ସତ୍ୟଶିଖା (ମୁମ୍ବାଇ) ୧୬/୧୧/୨୦୨୦ : ଅମିତାଭ ବଚ୍ଚନଙ୍କ ନାତୁଣୀ ଏବଂ ଅଭିଷେକ ବଚ୍ଚନ-ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ଝିଅ ଆରାଧ୍ୟାଙ୍କ ଆଜି ନବମ ଜନ୍ମଦିନ । ଆରାଧ୍ୟା ବଚ୍ଚନ ପରିବାରର ସବୁଠୁ ସାନ ଏବଂ ସବୁଠୁ ଗେହ୍ଲା ସଦସ୍ୟ । ଆଜି ତାଙ୍କ ନବମ ଜନ୍ମଦିନରେ ବଚ୍ଚନ ପରିବାରରେ ଖୁସିର ମାହୋଲ୍ ରହିଛି । କିନ୍ତୁ କରୋନା କାରଣରୁ କୌଣସି ଧରଣର ଗ୍ରାଣ୍ଡ ସେଲିବ୍ରେସନ କରାଯାଇନାହିଁ । ସମସ୍ତେ ନିଜ ନିଜ ଅନ୍ଦାଜରେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି । ଅମିତାଭ ବଚ୍ଚନ ନିଜ ଗେହ୍ଲୀ ନାତୁଣୀଙ୍କ ଜନ୍ମଦିନରେ ତାଙ୍କୁ ଶୁଭକାମନା ଜଣାଇଛନ୍ତି ।
ବିଗ ବି ସେୟାର କଲେ ନାତୁଣୀ ର 9ବର୍ଷର 9ଟି ଫଟୋ
